ମାନବିକ ଅଧିକାର ସଚେତନତା 

 ଦଶପଲ୍ଲା: ଦଶପଲ୍ଲା ଓକିଲ ସଂଘ ଆୟୋଜନରେ ଅନୁସୂଚିତ ଜାତି, ଜନଜାତି ଓ ମହିଳାଙ୍କ ମାନବିକ ଅଧିକାର ଉପରେ ଏକ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ପ୍ରାକ୍ତନ ମୁଖ୍ୟ ବିଚାରପତି ହାଇକୋର୍ଟ ଜଷ୍ଟିସ ଡ. ବିଦୁ୍ୟତ୍ ରଞ୍ଜନ ଷଡ଼ଙ୍ଗୀ ଓ ମୁଖ୍ୟବକ୍ତା ପ୍ରାକ୍ତନ ସିବିଆଇ ଜଜ୍ ଶରତ ଚନ୍ଦ୍ର ମିଶ୍ର ଯୋଗଦେଇଥିଲେ । ସଭାର ପ୍ରାରମ୍ଭରେ ଅତିଥିଙ୍କ ଦ୍ୱାରା ବାବା ସାହେବ୍ ଡ. ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଯୋଳନ କରାଗଲା ପରେ ଓକିଲ ସଂଘ ସମ୍ପାଦକ ଶରତ ଚନ୍ଦ୍ର ବେହେରା ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ଦେଇଥିଲେ । ଏହାପରେ ମୁଖ୍ୟବକ୍ତା ଶ୍ରୀଯୁକ୍ତ ମିଶ୍ର ମାନବିକ ଅଧିକାରର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟଅତିଥି ଜଷ୍ଟିସ ଷଡ଼ଙ୍ଗୀ ମଣିଷର ଜନ୍ମ ଠାରୁ ମୃତୁ୍ୟ ପର୍ଯ୍ୟନ୍ତ ଥିବା ସମସ୍ତ ଅଧିକାର କିଭଳି ସୁରକ୍ଷିତ ରହିବ ଓ ସେ କିଭଳି ସମ୍ମାନର ସହ ବଞ୍ଚିବା ତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏଭଳି ଏକ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ଏସ୍ପିଙ୍କ ଅସହଯୋଗ କରିଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଦଶପଲ୍ଲା ଓକିଲ ସଂଘ ପକ୍ଷରୁ  ଆଇନଜୀବି ଗୌରଚନ୍ଦ୍ର ମିଶ୍ରଙ୍କ ସମେତ ଅନ୍ୟ ସଦସ୍ୟମାନେ ମୁଖ୍ୟଅତିଥି ଓ ଆଇନଜୀବୀ ମାନସ ମହାକୁଡ଼ଙ୍କ ସହିତ ଅନ୍ୟମାନେ ମୁଖ୍ୟବକ୍ତାଙ୍କୁ ଉପଢୌକନ ପ୍ରଦାନ କରାଗଲା ପରେ ସଂଘର ଅନ୍ୟତମ ସଦସ୍ୟ ଆଲୋକ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷର ସଭାପତିଙ୍କ ଅଭିଭାଷଣ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।