କ୍ଲବ ଉଦଘାଟିତ
ାା ପ୍ରଭାନୁ୍ୟଜ୍ ।ା ଏରସମା: ଏରସମା ବ୍ଲକ ମୁଖ୍ୟାଳୟସ୍ଥିତ ଫ୍ରେଣ୍ଡ୍ସ କ୍ଲବର ଉଦଘାଟନ ଉସôବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ହୋଇ ଅନୁଷ୍ଠାନର ଆଦର୍ଶ କାର୍ଯ୍ୟ ଉପରେ ବକ୍ତବ୍ୟ ଦେଇଥିଲେ । କ୍ଲବର ସଭାପତି ସଞ୍ଜୟ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗୋଚ୍ଛାୟତ, ବ୍ଲକ ଅଧ୍ୟକ୍ଷା ଲଷ୍ମୀପ୍ରିୟା ମହାପାତ୍ର, ସମିତି ସଭ୍ୟା ଦେବଯାନୀ ସେଠୀ, ସ୍ଥାନୀୟ ସରପଞ୍ଚ ସଚ୍ଚିିଦାନନ୍ଦ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ହୋଇ କ୍ଲବର ଆଦର୍ଶ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦକ ତପନ କୁମାର ବେହେରା ସ୍ୱାଗତ ଭାଷଣ ଦେଇଥିଲେ । ଉପସଭାପତି ଅନ୍ତର୍ଯ୍ୟାମୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ସରୋଜ କୁମାର ବେହେରା ବାର୍ଷିକ ବିବରଣୀ ଓ ଦାବିପତ୍ର ପାଠ କରିଥିଲେ ।