ମା’ମହାଲକ୍ଷ୍ମୀ ପୀଠରେ ସନ୍ଥ ପୂଜନ ଉତ୍ସବ

ପାଣିକୋଇଲି : ଅଳତିରି ମା’ମହାଲକ୍ଷ୍ମୀ ପୀଠରେ ସନ୍ଥ ପୂଜନ ଉସôବ ଅନୁଷ୍ଠିତ ହୋଇଥିଲା । ଦେବଦତ ରାୟ ଓ ଗାୟତ୍ରୀ ରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାବା ଉଦୟନାଥ ପର୍ବତ, ଆନନ୍ଦ ରାଜ, ହରିଓଁ ବାବା, ବଂଶୀ ବାବା, କାହ୍ନା ବାବା, ବ୍ରଜବାବା, ନାଗବତା ବାବାଙ୍କ ନେତୃତ୍ୱରେ ୨୫ମୂର୍ତି ସାଧୁସନ୍ଥ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଇତ୍ୟବସରରେ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ବୈଠକ ମଧ୍ୟ କରାଯାଇଥିଲା । ଆଗାମୀ ଦିନରେ କିପରି ମା’ଲକ୍ଷ୍ମୀଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯିବ ସେ ନେଇ ସମସ୍ତଙ୍କ ମତାମତ ସହ ଆଲୋଚନା କରାଯାଇଥିଲା । ସାଧୁସନ୍ଥ ଭିକ୍ଷା ଗ୍ରହଣ କରିବା ପରିବର୍ତେ ସେମାନେ ମନ୍ଦିର ନିର୍ମାଣ ପାଇଁ ନିଜର ସମର୍ଥ ଅନୁଯାୟୀ ଭିକ୍ଷା ପ୍ରଦାନ କରିଥିଲେ । କର୍ତା ଓ କର୍ତି ମନ୍ଦିର ନିର୍ମାଣ ନିମନ୍ତେ ଭିକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ତଦନୁଯାୟୀ ଆଜି ବିରଜା କ୍ଷେତ୍ରରୁ ଶ୍ରୀ କ୍ଷେତ୍ର ମନ୍ଦିର ନିର୍ମାଣ ପାଇଁ ଭିକ୍ଷା କାର୍ଯ୍ୟ ଆରମ୍ଭ ହୋଇଛି । ଦେବଦତ ରାୟଙ୍କ ଦ୍ୱାରା ସାଧୁସ୍ଥଙ୍କ ସହଯୋଗରେ ଚାଲିଚାଲି ସମସ୍ତଙ୍କ ଠାରୁ ଭିକ୍ଷା କାର୍ଯ୍ୟ ଚାଲୁରହିଛି । ଏହି କାର୍ଯ୍ୟ ଶ୍ରୀକ୍ଷେତ୍ର ବଡଦାଣ୍ଡ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଶ୍ରୀ ରାୟ ସୂଚନା ଦେଇଛନ୍ତି ।