ମାରିଦେବାକୁ ଧମକ : ଏସ୍ପିଙ୍କୁ ଭେଟିଲେ ମହିଳା
ପାଣିକୋଇଲି: ବ୍ରହ୍ମବରଦା ଥାନା ବନ୍ଧଡିହ ଗ୍ରାମର ଜନୈକାେ ମହିଳାଙ୍କୁ ମାରିଦେବାକୁ ଧମକ ଦେବା ଭଳି ଅଭିଯୋଗ ଉପରେ ପୁଲିସ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ନେଇ ସଂପୃକ୍ତା ମହିଳା ଏସପିଙ୍କୁ ଭେଟି ଅଭିଯୋଗ କରିଛନ୍ତି । ବ୍ରହ୍ମବରଦା ଗ୍ରାମର ଦୁର୍ଯେ୍ୟାଧନ ପୃଷ୍ଟିଙ୍କ ସ୍ତ୍ରୀ ବନିତାଙ୍କ ଅଭିଯୋଗ ମୁତାବକ ତାଙ୍କ ଦେଢଶୁର ବାବୁଲିଙ୍କ ପୁଅ ଦୀପକ ତାଙ୍କୁ ଅନୈତିକ ସର୍ମ୍ପକ ରଖିବାକୁ ବାଧ୍ୟ କରୁଛି । ବାରମ୍ବାର ଅଶ୍ଳୀଳ ଇଂଗୀତ କରିବା, କେହି ନଥିବାର ସୁଯୋଗ ନେଇ ଟଣାଓଟରା କରିବା, ଗାଧୋଉଥିବା ବେଳେ ଲୁଚି ଫଟୋ ଉତୋଳନ କରିବା ଓ ତାକୁ ଭାଇରାଲ କରିବାର ଧମକ ଦେବା ଭଳି କାର୍ଯ୍ୟ ଜାରି ଜାରିରଖିଛି । ଘରେ ନିଅାଁ ଲଗାଇବା ସ୍ୱାମୀ ଓ ପୁଅକୁ ଜୀବନରୁ ମାରିଦେବା ଭଳି ଧମକ ଦେଉଛି । ଦୁଇସପ୍ତାହ ତଳେ ଦୀପକ ରାତି ୧୦ଟା ବେଳେ ହଠାତ ଝରକା ବାଡେଇଥିଲା । ସେ ଝରକା ଖୋଲିବା କ୍ଷଣି ତା ହାତରୁ ମୋବାଇଲ ଛଡାଇ ନେଇଥିଲା । ଏନେଇ ବନିତା ଦୀପକର ମା ଜାନକୀକୁ ଜଣାଇବା ପରେ ତାର ମା ବୁଝିବ କହି କଥାକୁ ଟାଳିଦେଇଥିଲେ । ପରେ ବାବୁଲି ଓ ଦୀପକ ମିଳିତ ଭାବେ ଘରେ ପଶି ଆକ୍ରମଣ କରିଥିଲେ । ଘଟଣା ସର୍ମ୍ପକରେ ବ୍ରହ୍ମବରଦା ପୁଲିସର ନିରବତା ଓ କାର୍ଯ୍ୟାନୁଷ୍ଠାନ ନନେବାରୁ ଜିଲା ପୁଲିସ ମୁଖ୍ୟାଳୟରେ ପହଁଚି ନିଜ ଧନଜୀବନର ସୁରକ୍ଷା ଓ ଦୀପକ କବଳରୁ ମୁକ୍ତି ପାଇଁ ଦାବି କରିଛି ।