ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ
ଦଶରଥପୁର: ଦଶରଥପୁର ବ୍ଲକ କୃଷ୍ଣପ୍ରଧାନ ଉଚ୍ଚ ବିଦ୍ୟାପୀଠରେ ୧୯୮୬ମସିହା ମାଟ୍ରିକ ବ୍ୟାଚ୍ ଛାତ୍ରଛାତ୍ରୀ ପକ୍ଷରୁ କୁଆଁସ ମଙ୍ଗଳ ଢିହରେ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ୟାଚର ଛାତ୍ର ରଘୁନାଥ ସେଠିଙ୍କ ଆୟୋଜିତ ବନ୍ଧୁ ମିଳନରେ ଛାତ୍ରଛାତ୍ରୀ ଯୋଗଦେଇ ସେମାନେଙ୍କ ପୁରୁଣା ଦିନକୁ ମନେ ପକାଇ ସ୍ମୃତି ସାଉଁଟିଥିଲେ । ମଙ୍ଗଳାଢିଅର ସୁନ୍ଦର ମନଲୋଭ ପରିବେଶ ମଧ୍ୟ୍ୟ ଭୋଜି ଭାତ ଆୟୋଜନ ସହ ନାଚ ଗୀତ କରି ଏହି ବନ୍ଧୁ ମିଳନ ଉତ୍ସବକୁ ଉପଭୋଗ କରିଥିଲେ । ବନ୍ଧୁମିଳନ କାର୍ଯ୍ୟକ୍ରମରେ ସେହି ବ୍ୟାଚ ଛାତ୍ରଛାତ୍ରୀ ସୁବାଷ, ଗୀତାଞ୍ଜଳି, ପ୍ରଭାତ, ଦେବାଶିଷ, ପୁରସ୍ତମ, ବାଦଲ, ସତ୍ୟ ବିଶ୍ୱନାଥ ପ୍ରମୁଖ ଉପସ୍ଥିତ ଥିଲେ ।