ମାରୱାଡ଼ି ପଡ଼ା ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ
ଝାରସୁଗୁଡା : ଝାରସୁଗୁଡ଼ା ୱାର୍ଡ ନମ୍ବର ୩ ଅର୍ନ୍ତଗତ ମାରୱାଡ଼ିପଡାରେ ଥିବା ମହାପ୍ରଭୁ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଚେଷ୍ଟାରେ ଏହି ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଦୀର୍ଘ ୧୦ରୁ ଉର୍ଦ୍ଧ ବର୍ଷ ହେବ ପୋଖରୀରକୁ ପୋତିବାକୁ ବିଭିନ୍ନ ପ୍ରକାରର ଷଡ଼ଯନ୍ତ୍ର ହୋଇଥିଲା । ତେବେ ଏ ନେଇ ଝାରସୁଗୁଡ଼ା ୱାର୍ଡ ନମ୍ବର ୩ ର କାଉନସିଲର ବନ୍ଦନା ମୁନ୍ଦ୍ରା ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ପୋଖରୀ ବିଷୟରେ ଅବଗତ କରାଇଥିଲେ । ପରେ ଟଙ୍କଧର ତ୍ରିପାଠୀ ଝାରସୁଗୁଡ଼ା ପୌର ନିର୍ବାହୀ ଅଧିକାରୀଙ୍କୁ ସହିତ ଆଲୋଚନା କରି ଝାରସୁଗୁଡ଼ା ମାରୱାଡ଼ି ପଡା ସ୍ଥିତ ଥିବା ପୋଖରୀକୁ ପୁନରଉଦ୍ଧାର କରିବାକୁ ନିଦେ୍ର୍ଦଶ ଦେଇଥିଲେ । ପରେ ଆଜି ସେଠାରେ ପୁଜା କରିବା ସହିତ ଆଜି ଠାରୁ ପୋଖରୀ ପୁନରଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଆଗକୁ ବର୍ଷା ମାସ ଥିବା ହେତୁ ପୋଖରୀ କାମ ଖୁବ୍ ଶୀଘ୍ର ସାରିବାକୁ ବିଧାୟକ ପୌର ପରିଷଦ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ତାହା ସହିତ ଆଗାମୀ ଦିନରେ ପୋଖରୀକୁ ନେଇ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯିବା ସହ ପୋଖରୀକୁ ଏକ ସୁନ୍ଦର ସ୍ଥଳୀ ଭାବେ ତିଆରି କରାଯିବ ବୋଲି କହିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ପ୍ରତିନିଧି ହିସାବରେ ବିମଳେନ୍ଦୁ ଭୋଳ ଯୋଗ ଦେଇଥିବା ବେଳେ ଝାରସୁଗୁଡ଼ା ଉପ ନଗରପାଳ ବେଣୁ ଗୋପାଳ ପାଣିଗ୍ରାହୀ, ୩ ନମ୍ବର ୱାର୍ଡର କାଉନସିଲର ବନ୍ଦନା ମୁନ୍ଦ୍ରା ପ୍ରମୁଖ ଯୋଗ ଦେଇଥିଲେ ।