ସ୍ୱାମୀଙ୍କ ଦଶାହରେ ଆଖିବୁଜିଲେ ସ୍ତ୍ରୀ
ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ପଞ୍ଚାୟତର ସାନଚେରଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାନଚେରଗାଁ ଗ୍ରାମର ବାଶୁରାମ ଦାସ(୯୦) ଗତ ୧୯ ତାରିଖ ସୋମବାର ତାଙ୍କର ମୃତୁ୍ୟ ହୋଇଥିବା ବେଳେ ତାଙ୍କର ଦଶାହ ଦିନରେ ସ୍ତ୍ରୀ ଖୀରାନ୍ଦ୍ରୀ ଦାସ (୮୦)ଙ୍କ ମୃତୁ୍ୟ ଘଟିଛି । ସ୍ୱାମୀଙ୍କ ମୃତୁ୍ୟ ପରେ ସ୍ତ୍ରୀ ଚିନ୍ତାରେ ରକ୍ତଚାପ ଓ ହୃଦଘାତ ବଢ଼ିବାରୁ ଆଜି ତାଙ୍କର ମୃତୁ୍ୟ ହୋଇଛି । ଏନେଇ ସାନଚେରଗାଁ ଗ୍ରାମରେ ଦାସ ପରିବାର ମଧ୍ୟରେ ଶୋକର ଛାଇ ଖେଳିଯାଇଛି । ରାମାୟଣ ଯୁଗରେ ପୁଅ ଇନ୍ଦ୍ରଜିତଙ୍କ ଦଶାହ ଦିନର ପିତା ରାବଣର ମୃତୁ୍ୟ ହୋଇଥିଲେ । ତାର ଜ୍ୱଳନ୍ତ ଉଦାହରଣ ସାନଚେରଗାଁ ଗ୍ରାମରେ ଘଟିଛି । ସ୍ୱାମୀଙ୍କ ଦଶାହ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବନ୍ଧୁ କୁଟୁମ୍ବ ଯୋଗଦେଇଥିବା ବେଳେ ଏପଟେ ସ୍ତ୍ରୀଙ୍କ ମୃତୁ୍ୟ ଘଟିଥିବାରୁ ଉପସ୍ଥିତ ବନ୍ଧବର୍ଗ ଶବ ସକôାର ପାଇଁ ସ୍ମଶାନ ଭୂମିକୁ ନେଇ ଶବ ସକôାର କରିଥିବା ପରିବାର ପକ୍ଷରୁ ହୃଦାନନ୍ଦ ଦାସ, ହେମନ୍ତ ଦାସ, ଲାବଣ୍ୟ ଦାସ, ମଦନ ଦାସ, ଓ ଶ୍ରୀନିବାସ ଦାସ ପ୍ରମୁଖ ପ୍ରକାଶ କରିଥିଲେ ।