ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

 ମାଲବାହୀ ଟ୍ରେନର ୨୫ ୱାଗନ୍  ଟ୍ରାକରୁ ଖସିଲା । ଆନ୍ଧ୍ର ଟାଇଡାରୁ ଚିମିଡିପାଲି ଭିତର ଟନେଲରେ  ଟ୍ରେନ୍ ଲାଇନ୍ ଚ୍ୟୁତ ହୋଇଛି । ମାଲବାହୀ ଟ୍ରେନଟି କୋରାପୁଟରୁ ବିଶାଖାପାଟଣା ଯାଉଥିବା ସୂଚନା । ଅଘଟଣ ପରେ କିରଣ୍ଡୁଲ- ବିଖ।।ଖାପାଟଣା ପାସେଞ୍ଜରର ଗତିପଥ ବଦଳାଗଲା । ଟ୍ରେନଟି ଟ୍ରାକରେ ଅଟକି ରହିଥିବାବେଳେ ସେ ଧାରଣା ଦେଇ ଯିବାକୁ ଥିବା ଟ୍ରେନର ରୁଟ୍ ବଦଳାଇ ଦିଆଯାଇଛି । ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରାକରୁ ଟ୍ରେନଟିକୁ ହଟାଇବାର ପ୍ରୟାସ ଆରମ୍ଭ କରିଛନ୍ତି ।