ମାଳଦା ଗାଁରୁ ବାସୁଦେବ ମୂର୍ତ୍ତି ଉଦ୍ଧାର

 ଭଣ୍ଡାରିପୋଖରୀ:  ଏହି ବ୍ଲକ ଅଧିନ ମାଳଦା ଗ୍ରାମରୁ ଶନିବାର ଉଦ୍ଧାର ହୋଇଛି ୬ଷ୍ଠ ଶତାବ୍ଦୀର ଏକ ପ୍ରାଚୀନ ବାସୁଦେବ ମୂର୍ତ୍ତି । ସୂଚନା ଆଧାରରେ ଗ୍ରାମର ଜିତେନ୍ଦ୍ର ସାମଲ ୧୦ ଦିନ ପୂର୍ବେ ଘର କାମ କରିବା ପାଇଁ ବାଲି ଆଣିଥିଲେ । ଶୁକ୍ରବାର ଅପରାହ୍ନରେ ବାଲି ଭିତରୁ ଏକ ମୂର୍ତ୍ତି ଦେଖିବାକୁ ପାଇଥିଲେ  । ଜିତେନ୍ଦ୍ର ଓ ତାଙ୍କ ପନôୀ ଚିନ୍ମୟୀ ମୂର୍ତ୍ତିଟିକୁ ଘରେ ସୁରକ୍ଷିତ ରଖିଥିଲେ । ସ୍ଥାନୀୟ ଇନଟାକ ସଦସ୍ୟ ବିଶ୍ୱମ୍ବର ରାଉତ ଏ ସମ୍ପର୍କରେ ଖବର ପାଇଁ ଶ୍ରୀ ସାମଲଙ୍କ ଘରେ ପହଞ୍ଚିଥିଲେ । ପରିବାର ଲୋକେ ଏହି ମୂର୍ତ୍ତିର ସୁରକ୍ଷା ପାଇଁ ସ୍ଥାନୀୟ ସମିତିସଭ୍ୟା ରିତାଞ୍ଜଳି ସାମଲ ଶିକ୍ଷାବିତ ରାମଚନ୍ଦ୍ର ମହାନ୍ତିଙ୍କ ଉପସ୍ଥିତିରେ ଶ୍ରୀ ସାମଲଙ୍କ ପରିବାର ମୂର୍ତ୍ତିଟିକୁ ରାଉତଙ୍କ ମାଧ୍ୟମରେ ବୌଦ୍ଧବିହାର ଷୋଳମପୁର ସଂଗ୍ରହାଳୟକୁ ପ୍ରଦାନ କରିଥିଲେ । ପ୍ରନôତାତ୍ୱିକ ଦୃଷ୍ଟିକୋଣରୁ ଏହି ଖଣ୍ଡୋଲାଇଟ ପ୍ରସ୍ତରରେ ନିର୍ମିତ ଏକ ଫୁଟ ଉଚ୍ଚତା ବିଶିଷ୍ଟ ବାସୁଦେବ ମୂର୍ତ୍ତିଟି ଷଷ୍ଠ ଶତାବ୍ଦୀର ଏକ ବିରଳ ବାସୁଦେବ ମୂର୍ତ୍ତି ବୋଲି ବିଶିଷ୍ଟ ପ୍ରନôତତ୍ୱବିତ ଡକ୍ଟର ସୁନିଲ ପଟ୍ଟାନାୟକ ମତଦେଇଥିଲେ । ଚାରି ବାହୁ ବିଶିଷ୍ଟ ଏ ବାସୁଦେବ ମୂର୍ତ୍ତିରେ ଚାରି ହସ୍ତରେ ଚକ୍ର,ଗଦା,କମଣ୍ଡଳ, ପଦ୍ମ ଧାରଣ କରିଥିବା ବେଳେ ବିଷ୍ଣୁଙ୍କ ଉପବୀତ ଅଳଙ୍କାର ମଧ୍ୟ ରହିଛି ।