ସାର ଯୋଗାଣକୁ ନେଇ ଉତ୍ତେଜନା

 ନୂଆପଡା : ନୂଆପଡ଼ା ଜିଲ୍ଲା ଖଡିଆଳ ସମବାୟ ସମିତିରେ ୟୁରିଆ ସାର ଯୋଗାଣ ବ୍ୟବସ୍ଥା କରୁଥିବାବେଳେ ବ୍ୟାପକ ଚାଷୀ ସାର ନେବା ପାଇଁ ସମାଗମ ହୋଇଛନ୍ତି । ଖଡିଆଳ ଠାରେ ସାର ବଣ୍ଟନ ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତ ହେଉଥିବାବେଳେ ୩୦୦ ବସ୍ତା  ୟୁରିଆ ସାରକୁ ଏକ ହଜାର ଚାଷୀ ଆସିଛନ୍ତି । ଫଳରେ ସମବାୟ ସମିତି କାର୍ଯ୍ୟାଳୟରେ ଉତ୍ତେଜନା ଲାଗି ରହିଛି । ସାମ୍ବାଦିକମାନେ ପୋଲିସକୁ ଯୋଗାଯୋଗ କରି ଆବଶ୍ୟକ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ । ଘଟଣାସ୍ଥଳରେ ଖଡିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁ ନିଦେ୍ର୍ଦଶକ୍ରମେ ପୁଲିସ କର୍ମଚାରୀ ଆସି ସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି । ସାର୍ ଯୋଗାଣରେ ଚାଷୀ ଅପେକ୍ଷା କରିଥିବାବେଳେ ଦିଆଯିବା ନେଇ ଅନିଶ୍ଚିତ ଲାଗି ରହିଛି । ଯଦି ଦୁଇ ତିନି ଦିନ ମଧ୍ୟରେ ସାର ଯୋଗାଇବାର ବ୍ୟବସ୍ଥା ନ କଲେ ଚାଷୀ ଆନେ୍ଦାଳନକୁ ଜୋରଦାର କରାଯିବ ବୋଲି ଚାଷୀ ପ୍ରଶାନ୍ତ କୁମାର ବାରିକ ସମେତ ଶତାଧିକ ଚାଷୀ ଚେତାବନୀ ଦେଇଛନ୍ତି  ।