୧୧ ଗ୍ରାମ ବ୍ରାଉନସୁଗାର ଜବତ; ୪ ଗିରଫ


  • ଭୁବନେଶ୍ୱର, ୨୩ା୧୦ : କଳିଙ୍ଗ ବିହାର ଛକରୁ ୪ ଜଣ  ଧଳାଜହର ବେପାରୀଙ୍କୁ ଧରିଲା ତମାଣ୍ଡୋ ଥାନା ପୁଲିସ । ତଲାସି ବେଳେ ସେମାନଙ୍କ ଠାରୁ ୧୧ ଗ୍ରାମ ବ୍ରାଉନସୁଗାର ଓ ଏକ ମୋବାଇଲ ଫୋନ୍ ଜବତ କରାଯାଇଛି । ଗିରଫ ୪ ଅଭିଯୁକ୍ତ ହେଲେ, ପୁରୀ ଜିଲ୍ଲା ପିପିଲିର ଶବିର ଅଲ୍ଲୀ ଖାଁନ, ଜଟଣୀର ଅବଦୁଲ ରେହେମାନ, କାହ୍ନୁଁ ଦାସ ଓ ସଞ୍ଜୟ ଦାସ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
     ସୂଚନା ଯୋଗ୍ୟଯେ, ଏକ ବିଶେଷ ସୁତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ତମାଣ୍ଡୋ ଥାନାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ସମ୍ପୃକ୍ତ ଥାନାର ସ୍ପେଶାଲ ଟିମ ବୁଧବାର ସକାଳ ସମୟରେ କଳିଙ୍ଗ ବିହାର ଛକ ନିକଟରେ ଥିବା ବସଷ୍ଟାଣ୍ଡ ଅଞ୍ଚଳରେ ଅତର୍କିତ ଚଢ଼ଉ କରି ୪ ଜଣ ଧଳାଜହର ବେପାରୀଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୧୧ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା । ଏହି ଘଟଣାକୁ କେନ୍ଦ୍ରକରି ତମାଣ୍ଡୋ ଥାନା ପୁଲିସ ଏକ ବେଆଇନ ବ୍ରାଉନସୁଗାର ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।