ମିଳିନି ବେତନ ବାବଦ ପ୍ରାପ୍ୟ : ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ

 ଖଣ୍ଡପଡ଼ା : ଖଣ୍ଡପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ବେତନ ବାବଦ ପ୍ରାପ୍ୟ ଠିକ୍ ରୁପେ ମିଳୁ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଗତ ଅଗଷ୍ଟ ମାସର ପ୍ରାପ୍ୟ ପ୍ରଦାନରେ ଏନ୍ଏସି କର୍ତ୍ତୃପକ୍ଷଙ୍କ ଅବହେଳାକୁ ନେଇ ସଫେଇ କର୍ମଚାରୀ ମଙ୍ଗଳବାର ଠାରୁ କାର୍ଯ୍ୟବନ୍ଦ କରିଥିବା ଜଣାଯାଇଛି । ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ ଯୋଗୁଁ ସହରାଞ୍ଚଳର ବିଭିନ୍ନ ସ୍ଥାନରେ କୁଢକୁଢ ଅଳିଆ, ଆବର୍ଜନା ଗଦା ହୋଇ ରହିଥିବା ନଜରକୁ ଆସୁଛି । ପ୍ରକାଶଥାଉକି ଖଣ୍ଡପଡ଼ା ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଦାୟୀତ୍ୱ ଏକ ଘରୋଇ ସଂସ୍ଥା ଉପରେ ନ୍ୟସ୍ତ କରାଯାଇଛି । ତେବେ ପରିମଳ ବ୍ୟବସ୍ଥାର ଘରୋଇକରଣ ପରେ ମଧ୍ୟ ବିଭିନ୍ନ କାରଣକୁ କେନ୍ଦ୍ର କରି ସହରାଞ୍ଚଳର ପ୍ରତ୍ୟେକ ୱାର୍ଡ ଓ ଗଳିକନ୍ଦିରୁ ନିୟମିତ ଭାବେ ଅଳିଆ ଓ ଆବର୍ଜନା ଉଠୁନଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଆଗକୁ ପାର୍ବଣ ପର୍ବ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସଫେଇ କର୍ମଚାରୀଙ୍କୁ ତୁରନ୍ତ ବକେୟା ବାବଦ ପ୍ରାପ୍ୟ ପ୍ରଦାନ ସହ ଅନ୍ୟ ସମସ୍ୟା ଗୁଡ଼ିକର ସମାଧାନ ଦିଗରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷା ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି ।