ଆଦର୍ଶ ଶିକ୍ଷୟିତ୍ରୀଙ୍କ ପରଲୋକ

 ବାଲିଚନ୍ଦ୍ରପୁର : ଭୁବନେଶ୍ୱରରେ ଚିକିତ୍ସିତ ସମୟରେ ଶନିବାର ବାଲିଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ତଥା ରୁକୁଟିପାଟ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ସାହୁ (୭୪)ଙ୍କ ପରଲୋକ ହୋଇଯାଇଛି । ତାଙ୍କ ମରଶରୀର ଗାଁ ବାଲିଚନ୍ଦ୍ରପୁରରେ ପହଁଚିଲା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସେ ହେଉଛନ୍ତି ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଅକ୍ଷୟ ମହାରଣାଙ୍କ ଧର୍ମପନôୀ ଅଟନ୍ତି । ତାଙ୍କ ବିୟୋଗ ଖବର ପାଇଁ ବାଲିଚନ୍ଦ୍ରପୁର ସରପଞ୍ଚ ପ୍ରତିନିଧି ଅମିୟ ସାହାଣୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାମଦୋର ମହାରଣା, ବାଲିଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବନିତା ବିଶ୍ୱାଳ, ମଧ୍ୟ ଇଂରାଜୀ ବିଦ୍ୟାଳୟ ପୂର୍ବତନ ପ୍ରଧାନ ଶିକ୍ଷକ ଶରତ କୁମାର, ଶିକ୍ଷାପ୍ରେମୀ ମନୋଜ କୁମାର ପରିଡ଼ା, ସାହାସପୁର କଲେଜ ଅଧ୍ୟାପକ ସଂଗ୍ରାମ ପରିଡ଼ା, ପତରାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଜୟ କୁମାର ପରିଡ଼ା, ପ୍ରାକ୍ତନ ସରପଞ୍ଚ ଫନିଦ୍ର ନାଥ ପଣ୍ଡା, ଅନନ୍ତ ମହାରଣା, ମନୋଜ ମହାରଣା, ପ୍ରତାପ ନାୟକ, ପ୍ରତାପ ସେନାପତି, ଅସିତ୍ କୁମାର ସିଂହ, ସମିତିସଭ୍ୟ ବନ୍ଦିତା ମହାରଣା, ଶିକ୍ଷକ ବିଶ୍ୱରଂଜନ ରାଉତରାୟ, ନିତ୍ୟାନନ୍ଦ ମଲ୍ଲିକ, ଗଣେଶ୍ୱର ଦାସ, ଶରତ ଜେନା,ଅମୂଲ୍ୟ ଜେନା, ଅନିଲ କୁମାର ସାହୁ, ଅଭିମନୁ୍ୟ ବଳ, ଶିକ୍ଷକ ତନୁଚରଣ ଦାସ, ଶିକ୍ଷକ ବଜ୍ରକିଶୋର ଦାସ ପ୍ରମୁଖ ତାଙ୍କ ବାସଭବନରେ ପହଁଚି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।  ଶୋଭାଯାତ୍ରା ଗ୍ରାମ ପରିକ୍ରମା ପରେ ବାଲିଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପହଁଚିଥିଲା । ସେଠାରେ ବିଦ୍ୟାଳୟ ପ୍ରାକ୍ତନ ଶିକ୍ଷକ ପ୍ରତାପ ଚନ୍ଦ୍ର ପରିଡ଼ା, ଶରତ କୁମାର ଦାସ, ପ୍ରକାଶ ଚନ୍ଦ୍ର ସାମଲ, ବିଜୟ କୁମାର ଦାସ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମରଶରୀରକୁ ତାଙ୍କ ଶିକ୍ଷୟିତ୍ରୀ ଜୀବନର ଶେଷ କର୍ମସ୍ଥଳ ରୁକୁଟିପାଟ ବିଦ୍ୟାଳୟ ନିଆଯାଇଥିଲା । ସେଠାରେ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଗନ୍ତାୟତ, ସମାଜସେବୀ ମାନଭଞ୍ଜନ ରାଉତରାୟ, ତାଙ୍କ ସହକର୍ମୀ ଦ୍ରୋପତି ପଲେଇ, ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ବେହେରା, ଶିକ୍ଷକ ପ୍ରତାପ ରାଉତରାୟ, ଶିକ୍ଷକ ବିଶ୍ୱତୋଷ ରାଉତରାୟ, ରାଖାଲ ରାଉତରାୟ ପ୍ରମୁଖ ବହୁ ଗ୍ରାମବାସୀ ତାଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ଦେଇ ଶେଷ ବିଦାୟ ଜଣାଇଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ ସଂପର୍ଣ୍ଣ ହୋଇଥିବା ବେଳେ ସାନ ପୁଅ ଅମରେଶ ମୁଖାଗ୍ନି ଦେଇଥିଲେ । ମୃତୁ୍ୟ ଶଯ୍ୟା ବଡ଼ ପୁଅ ପ୍ରକାଶ, ଝିଅ ସୁପ୍ରଭା, ସୁଚିତ୍ରା, ସୁଷମା ଓ ସୁପ୍ରିୟା ପରିବାର ବର୍ଗ ଉପସ୍ଥିତ ଥିଲେ ।