ମୁଖ୍ୟ ରାସ୍ତାରେ ଖାଲ
ବରୀ: ମୌସୁମୀ ବାୟୁର ପ୍ରଭାବରେ ଗତକାଲି ଠାରୁ ବର୍ଷା ପ୍ରଭାବରେ ବର୍ଷା ଲାଗି ରହିଥିବା ଫଳରେ ବରୀ-ବରୁଆ ମୁଖ୍ୟ ଗମନାଗମନ ରାସ୍ତାର ବିଭିନ୍ନ ସ୍ଥାନର ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି ରାସ୍ତାର ଭୁରୁଙ୍ଗା ଛକ ଠାରୁ ଚୁଡାକଳ ପର୍ଯ୍ୟନ୍ତ ରାସ୍ତାର ବହୁ ସ୍ଥାନରେ ବଡ଼ଖାଲ ଯୋଗୁ ବର୍ଷା ପାଣି ଜମି ଯାତାୟାତରେ ଘୋର ଅସୁବିଧା ଦେଖାଦେଇଛି । ପ୍ରତିଦିନ ଏହି ରାସ୍ତା ଉପରେ ଶହଶହ ଯାନ ବାହନ ଯାତାୟାତ କରୁଅଛି । ସରକାର ରାସ୍ତାଘାଟ ଲାଗି ବହୁ ଅର୍ଥ ଖର୍ଚ୍ଚ କରୁଥିବା ବେଳେ ଏହି ରାସ୍ତା ଉପରେ କାହାର ନଜର ନାହଁ । ପୂର୍ତ୍ତ ବିଭାଗ ଅଧିନରେ ଥିବା ରାସ୍ତା ଉପରେ ବିଭାଗର ନଜର ନାହିଁ । ତୁରନ୍ତ ଏହି ଖାଲ ସ୍ଥାନରେ ଦୃଷ୍ଠି ଦେଇ ବିଭାଗ ଏହି ରାସ୍ତା ଟିକୁ ମରାମତି ପାଇଁ ସାଧାରଣରେ ଦାବି ହେଉଛି ।