ତେସିଙ୍ଗା ସତସଙ୍ଗ କେନ୍ଦ୍ର ପ୍ରଥମ ବାର୍ଷିକୋସôବ

 ଭଣ୍ଡାରୀପୋଖରୀ,: ଭଣ୍ଡାରୀପୋଖରୀ ବ୍ଲକର ତେସିଙ୍ଗା ସତସଙ୍ଗ କେନ୍ଦ୍ର ପକ୍ଷରୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୭ ତମ ଜନ୍ମ ମହାମହୋସôବ ଓ ସତସଙ୍ଗ କେନ୍ଦ୍ରର ପ୍ରଥମ ବାର୍ଷିକ ଉସôବ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କର ପରମ ଆଶିର୍ବାଦକୁ ବହନ କରି ରବିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରୁ ବେଦ ନହବତ ଭାଷା କୀର୍ତ୍ତନ ବିନତି ପାର୍ଥନା ଓ ଭକ୍ତମାନଙ୍କଦ୍ୱାରା ସଙ୍ଗୀତାଞ୍ଜଳି ଅନୁଷ୍ଠିତ ହୋଇଥିଲା  । ସତସଙ୍ଗ ସାଧାରଣ ସଭା ବରିଷ୍ଠ ସହ ପ୍ରତି ଋତ୍ୱିକ କେଶବାନନ୍ଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । କର୍ମୀ ଶ୍ରୀଧର ରାଉତ ସତସଙ୍ଗର ସଦଗ୍ରନ୍ଥପାଠ କରିଥିଲେ । ଭୁବନେଶ୍ୱର ଆଗତ ବିଶିଷ୍ଟ କଣ୍ଠଶିଳ୍ପୀମାନେ ଶ୍ରୀ ଶ୍ରୀ ଠାକୁରଙ୍କର ଭକ୍ତି ସଂଗୀତ ପରିବେଶଣ କରିଥିଲେ । ନବଘନ ଭାଇ ଓ ଆଦିତ୍ୟ ଭାଇ ଉଦଣ୍ଡ କୀତ୍ତନରେ ଭକ୍ତମାନଙ୍କର ମନ ମୋହିଥିଲେ । ସହ ପ୍ରତି ଋତ୍ୱିକ ଅଭିମନୁ୍ୟ ଖଟୁଆ, ଯାଜପୁର ସତସଙ୍ଗ ବିହାରରୁ ଆଗତ ସହ ପ୍ରତି ଋତିକ ଅଚୁ୍ୟତାନନ୍ଦ ପତି ଯଜନ, ଯାଜନ, ଇଷ୍ଟଭୃତି, ସ୍ୱସ୍ତୟନୀ, ସଦାଚାର ପଞ୍ଚ ମହାନୀତି ଆଲୋଚନା କରିଥିଲେ । ପରିଚାଳକ ଠାକୁରଙ୍କର ଲୀଳା କଥା କହି ଆଲୋଚନା ପର୍ବ ଶେଷ କରିଥିଲେ  । ଦୀନ୍ ଦୟାଲ ଛଡାର ଗାନ ସହ ଧ୍ୱନୀ ଦିଆଯାଇ ସସôଙ୍ଗ ସାଙ୍ଗ ହୋଇଥିଲା  । ଭଣ୍ଡାରୀପୋଖରି ସତସଙ୍ଗ ବିହାର ପରିଚାଳକ ସହ ପ୍ରତି ଋତ୍ୱିକ ପ୍ରତାପ କୁମାର ନାୟକ, ସମସ୍ତ ପାଞ୍ଜିଧାରୀ କର୍ମୀଗଣ ଓ ଅନ୍ୟାନ୍ୟ ସତସଙ୍ଗ ବିହାରରୁ ଭକ୍ତ ସତସଙ୍ଗରେ ଉପସ୍ଥିତ ଥିଲେ । ସହସ୍ରାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ ।