ଫାଇଲେରିଆ ମୁକ୍ତ ଯାଜପୁର ଅଭିଯାନ ସମନ୍ୱୟ ବୈଠକ
ଯାଜପୁର ଟାଉନ : ଫାଇଲେରିଆ ମୁକ୍ତ ଯାଜପୁର ଅଭିଯାନ ନିମିତ ଦ୍ୱିତୀୟ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ମଙ୍ଗଳବାର ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ବିଜୟ କୁମାର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ ପୂର୍ବକ ଅଗଷ୍ଟ ୧୦ତାରିଖ ଠାରୁ ୧୯ତାରିଖ ପର୍ଯ୍ୟନ୍ତ ବଟିକା ସେବନ ସମ୍ବନ୍ଧିତ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ । ଡ଼ା.ରଶ୍ମିରଞ୍ଜନ ସାହୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ଏବଂ ଜିଲ୍ଲାର ଲକ୍ଷ୍ୟ ହାସଲ କରିବା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶଦାତା ଡ଼ା.ନିଶିଥ ରଞ୍ଜନ ଦାସ ପାୱାର ପଏଂଟ ମାଧ୍ୟମରେ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ଆଲୋକପାତ କରିବା ସହିତ ବିଭିନ୍ନ ବିଭାଗର ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଶ୍ରୀ କର ସମସ୍ତ ବିଭାଗ ଯଥା ସ୍କୁଲ୍ ଓ ଗଣଶିକ୍ଷା ବିଭାଗ, ପଞ୍ଚାୟତରାଜ ବିଭାଗ, ହରିଜନ ଓ ଆଦିବାସୀ କଲ୍ୟାଣ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ନଗର ଉନ୍ନୟନ ବିଭାଗ ଓ ମିଶନଶକ୍ତି ବିଭାଗର ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ନିଦେ୍ର୍ଦଶ ଦେଇଥିଲେ । ମହାରାଜା ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା.ସୀତାରାମ ମହାପାତ୍ର ୨୦୨୫ ଡିସେମ୍ବର ମାସ ସୁଦ୍ଧା ସମସ୍ତ ପଞ୍ଜୀକୃତ ହାଇଡ୍ରୋସିଲ୍ ରୋଗୀଙ୍କୁ ଅସ୍ତ୍ରପଚାର କରି ସମାପ୍ତ କରିବାକୁ କହିଥିଲେ । ସମସ୍ତ ପୌରପରିଷଦରେ ଯେମିତି ମଶା ଜନିତ ରୋଗକୁ ରୋକାଯାଇ ପାରିବ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ । ବଳଦେବ ନନ୍ଦ ଜିଲ୍ଲାରେ ଗତ ୧୦ବର୍ଷ ମଧ୍ୟରେ ଡେଙ୍ଗୁ ରୋଗ ଉପରେ ଆଲୋକପାତ କରିଥିଲେ ଏବଂ ଚଳିତ ବର୍ଷ ଡେଙ୍ଗୁ ରୋଗର ନିରାକରଣ ପାଇଁ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ତ ବିଭାଗୀୟ ସମନ୍ୱୟ ବୈଠକରେ ସମସ୍ତ ଜିଲ୍ଲାର ଅଧିକାରୀଗଣ ଡେଙ୍ଗୁ ରୋଗ ନିରାକରଣ ପାଇଁ ପଦକ୍ଷେପ ନେବା ସହିତ ମଶା ମରା ତେଲ ଏବଂ ଧୂଆଁ ଦେବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ, ବ୍ୟାସନଗର ଏବଂ ଯାଜପୁର ପୌରପରିଷଦଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ପୌରପରିଷଦ ଚିକିସôା ଅଧିକାରୀ, ଜିଲ୍ଲାଶିକ୍ଷା ଅଧିକାରୀ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ, ଜିଲ୍ଲା କଲ୍ୟାଣ ଅଧିକାରୀ, ନିର୍ବାହୀ ଅଧିକାରୀ, ଯାଜପୁର ପୌର ପରିଷଦ, ନିର୍ବାହୀ ଅଧିକାରୀ, ବ୍ୟାସନଗର ପୌର ପରିଷଦ, ଜିଲ୍ଲା ପଂଚାୟତ ଅଧିକାରୀ, ଜିଲ୍ଲା ମିଶନ ଶକ୍ତି କାର୍ଯ୍ୟକ୍ରମ ସଂଯୋଜକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଏବଂ ଶିଳ୍ପ ବିଭାଗର ଅଧିକାରୀ ତଥା କର୍ମଚାରୀ ଉପସ୍ଥିତ ଥିଲେ ।