ସାମ୍ବାଦିକ ସଂଘର ଶ୍ରଦ୍ଧାଞ୍ଜଳି ସଭା

 ବରଗଡ଼  :  ବରଗଡ଼ ସାମ୍ବାଦିକ ସଂଘର ପୂର୍ବତନ ସଦସ୍ୟା ସୀମନ୍ତିକା ନନ୍ଦଙ୍କ ଅକାଳ ବିୟୋଗରେ ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ସୁରେନ୍ଦ୍ର ହୋତାଙ୍କ ସଭାପତିତ୍ୱ ଓ ସମ୍ପାଦକ ପ୍ରେମାନନ୍ଦ ଖମାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଥମେ ଦିବଂଗତ ସାମ୍ବାଦିକା ସିମନ୍ତିକାଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ ପରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପ୍ରତ୍ୟେକ ସଦସ୍ୟ ଦିବଂଗତ ସଦସ୍ୟାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କୁ ସୀମନ୍ତିକା ନନ୍ଦ ତାଙ୍କର ସୃଜନଶୀଳ ଦୃଷ୍ଟିକୋଣ ଏବଂ ଅଟଳ ସମର୍ପଣ ମାଧ୍ୟମରେ ପଶ୍ଚିମ ଓଡ଼ିଶାର ସାମ୍ବାଦିକତା ଜଗତରେ ନିଜ ପାଇଁ ଏକ ଅନନ୍ୟ ସ୍ଥାନ ସୃଷ୍ଟି କରିଥିଲେ । ଏହି ପ୍ରତିଷ୍ଠିତ ଏବଂ ସାହସୀ ସାମ୍ବାଦିକଙ୍କୁ ସଂଘ ପକ୍ଷରୁ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଅବସରରେ ସଂଘର ବିରେନ୍ଦ୍ର ପ୍ରଧାନ, ଅଶୋକ କୁମାର ମିଶ୍ର, ଦୀପକ ଶର୍ମା, ସତ୍ୟ ପ୍ରଧାନ, ଉମେଶ ଚନ୍ଦ୍ର ବିଶ୍ୱାଲ, ରବି ପଣ୍ଡା, ବ୍ୟୋମକେଶ କର, ମହେନ୍ଦ୍ର ସାହୁ, ବଦ୍ରି ପ୍ରସାଦ ସାହୁ, ଅନନ୍ତ ମଟାରୀ, ଧ୍ରୁବ କର୍ମୀ, ପ୍ରଦୀପ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।