୨ ୱାରେଣ୍ଟି ଗିରଫ 

 ବୁଗୁଡା : ସ୍ଥାନୀୟ ପୁଲିସ ଆଜି ୨ ଜଣ ଫେରାର ଆସାମୀଙ୍କୁ ୱାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି  । ଗିରଫ ଦୁଇ ଜଣ ହେଲେ ବୁଗୁଡା ଥାନା ଅନ୍ତର୍ଗତ ହାତୀଗଣ୍ଡ ଗ୍ରାମର ନୀର ନାଇକ (୬୫) ସମଲେଇ ଗ୍ରାମର ଲମ୍ବୋଦର ନାଇକ (୫୫) । ଗାଁ ଗଣ୍ଡଗୋଳକୁ ନେଇ ନୀର ନାମରେ ଜିଆର ନଂ ୧୭୫/୨୦୧୬ରେ ଏକ ମାମଲା ରହିଥିବା ବେଳେ ଯୌତୁକ ନିର୍ଯାତନା ଅଭିଯୋଗରେ ଲମ୍ବୋଦରଙ୍କ ନାମରେ ଜିଆର ନଂ ୩୪୩/୨୦୨୩ରେ ଏକ ମାମଲା ରହିଥିଲା । ତେବେ ଫେରାର ଆସାମୀ ଉଭୟଙ୍କୁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।