ମୁରବି ଶୂନ୍ୟ ଚାନ୍ଦବାଲି.... ୯ ମାସ ହେବ ଖାଲି ପଡିଛି ଉପଖଣ୍ଡ ଅଧିକାରୀ ପଦବୀ
ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଉପଖଣ୍ଡ ଅଧିକାରୀ ପଦବୀ ଆଜକୁ ୯ ମାସ ଧରି ଖାଲି ପଡ଼ିଛି । ଏନେଇ ଚାନ୍ଦବାଲି, ବାଂଶଡା, ପୀରହାଟ, ଧାମରା, ତିହିଡି ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ବିଗିଡିବାରେ ଲାଗିଛି । ସୂଚନା ମୁତାବକ ପୂର୍ବତନ ଉପଖଣ୍ଡ ଅଧିକାରୀଙ୍କ ବଦଳିକୁ ୯ମାସ ବିତିଥିଲେ ମଧ୍ୟ ମୁରବି ଶୂନ୍ୟ ହୋଇ ପଡିଛି ୬ ଥାନା । ନୂତନ ଉପଖଣ୍ଡ ଅଧିକାରୀଙ୍କୁ ନିଯୁକ୍ତ ଦେବାରେ ରାଜ୍ୟ ସରକାର ବିଫଳକୁ ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି । ଏହି ଦୀର୍ଘ ଶୂନ୍ୟସ୍ଥାନ ଫଳରେ ଲୋକମାନଙ୍କର କାଗଜପତ୍ର ପ୍ରମାଣୀକରଣ, ମାମଲା ନିଷ୍ପତ୍ତି, ଓ ସରକାରୀ ସହାୟତା ସମ୍ବନ୍ଧୀୟ କାମ ଅଟକି ଯାଇଛି । ଅଧିକାରୀ ନ ଥିବାରୁ ଧାମନଗର ଉପଖଣ୍ଡ ଅଧିକାରୀଙ୍କ ଦ୍ୱାରା କାର୍ଯ୍ୟ ଚଳାଇବାକୁ ପଡୁଛି । ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା କଥା ଚାନ୍ଦବାଲି ପରି ଗୁରୁତ୍ୱ ପୂର୍ଣ୍ଣ ଅଞ୍ଚଳରେ ୯ ମାସ ଧରି ଉପଖଣ୍ଡ ଅଧିକାରୀ ନଥିବା ଅତି ଦୁଃଖର ବିଷୟ । ତୁରନ୍ତ ଚାନ୍ଦବାଲି ଉପଖଣ୍ଡ ଅଧିକାରୀ ପଦବୀ ପୂରଣ କରିବା ପାଇଁ ଚାନ୍ଦବାଲି ବାସି ଦାବି କରିଛନ୍ତି ।