ମୃତ ଡିଏଲଆର କର୍ମଚାରୀଙ୍କ ପରିବାରକୁ ସହାୟତା 

 ପାରାଦୀପ  : ପାରାଦୀପ ବନ୍ଦରରେ ଡିଏଲଆର କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ନୃସିଂହ ଚରଣ ଦାସଙ୍କର ଆକସ୍ମିକ ମୃତୁ୍ୟରେ ପାରାଦୀପ ପୋର୍ଟ ଡିଏଲଆର ଆଣ୍ଡ କଣ୍ଟ୍ରାକ୍ଟ ୱାର୍କମେନ ଆସୋସିଏସନ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯିବା ସହ ତାଙ୍କ ଆତ୍ମାର ସଦଗତି ନିମନ୍ତେ ସାମୁହିକ ପ୍ରାର୍ଥନା କରାଯାଇଥିଲା  । ସ୍ୱର୍ଗତ ନୃସିଂହ ଦାସଙ୍କ ଏକାଦଶ କାର୍ଯ୍ୟରେ ଆସୋସିଏସନର ସଭାପତି ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱରେ ଉପସଭାପତି ରନôାକର ଜେନା, କାର୍ଯ୍ୟକାରୀ ସଭାପତି ପରେଶ ଚନ୍ଦ୍ର ମୁର୍ମୁ, ସଭ୍ୟ ପ୍ରଶାନ୍ତ କୁମାର ମିଶ୍ର, ଧନେଶ୍ୱର ସାହୁ, ଅନନ୍ତ କିଶୋର ମଲ୍ଲିକ, ମନ୍ମଥ କୁମାର ବେହୁରା, ସୁରେନ୍ଦ୍ର ବେହେରା ପ୍ରତାପ କୁମାର ମଲ୍ଲିକ, ପ୍ରକାଶ ଚନ୍ଦ୍ର ସ୍ୱାଇଁ, ନରହରି ସାହୁ, ବାସୁଦେବ ଜେନା ପ୍ରମୁଖ ତାଙ୍କ ଗ୍ରାମ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଅନ୍ତର୍ଗତ ଜୁଣଗଡି ସ୍ଥିତ ବାସଭବନ ଠାରେ ପହଞ୍ଚି କାର୍ଯ୍ୟକ୍ରମ ରେ ଯୋଗଦେଇ ସଙ୍ଘ ପକ୍ଷରୁ ତାଙ୍କ ପନôୀ ବିଦୁଲତା ଦାସଙ୍କୁ ଶୁଦ୍ଧି କର୍ମ ପାଇଁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ  । ଏହି ସହାୟତାକୁ ଗ୍ରହଣ କରି ବିଦୁଲତା ଦାସ ଡିଏଲଆର ଆସୋସିଏସନର ସଭାପତି ପ୍ରକାଶ ତ୍ରିପାଠୀ ଓ ସମସ୍ତ ସଭ୍ୟ ମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ  ।