ମହିଳାଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ
ଟାଙ୍ଗୀ-ଚୌଦ୍ୱାର : କଟକ ଜିଲ୍ଲା ଚୌଦ୍ୱାର ଆଗ୍ରାହାଟ ଗ୍ରାମର ବ୍ରାହ୍ମଣ ସାହିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସୂଚନା ମୁତାବକ ସୁପ୍ରିୟା ସାହୁ ନାମକ ଜଣେ ମହିଳା ଦ୍ୱିପହର ସମୟରେ ଘରେ ସୋଇଥିବା ବେଳେ ଦୁଇ ଜଣ ବ୍ୟକ୍ତି ତାଙ୍କ ମୁହଁରେ କପଡା ବାନ୍ଧି ଛୁରିରେ ତଣ୍ଟି କାଟି ହତ୍ୟା ଉଦ୍ୟମ ପାଇଁ ପ୍ରୟାସ କରିଥିଲେ । ଘଟଣା ସ୍ଥଳରେ ମହିଳା ଜଣଙ୍କ ଗୁରୁତର ହୋଇପଡିଥିଲେ । ପଡୋଶୀ ଲୋକେ ଖବର ପାଇ ସ୍ଥାନୀୟ ଚୌଦ୍ୱାର ପୁଲିସକୁ ଖବର ଦେଇଥିଲେ । ପୁଲିସ ଉକ୍ତ ମହିଳାଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିବାର ଜଣାପଡିଛି । ଏହି ଘଟଣାରେ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କା ଅଳଙ୍କାର ଓ କିଛି ଟଙ୍କା ଲୁଟ ହୋଇଛି ବୋଲି ସ୍ଥାନୀୟ ଲୋକେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଏଥିସହିତ ସୁପ୍ରିୟାଙ୍କ ସ୍ୱାମୀ କେଶବ ସାହୁ ଗତ ଛଅ ମାସ ତଳେ ମୃତୁ୍ୟବରଣ କରିଥିବା ବେଳେ ସେ ତାଙ୍କ ଶଶୁରଙ୍କ ସହ ଘରେ ରହୁଥିଲେ । ଏଭଳି ଅବସ୍ଥାରେ ମହିଳାଙ୍କୁ ଆକ୍ରମଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କିତ କରିଦେଇଥିବାର ଜଣାପଡିଛି ।