ଛତ୍ରପୁର ଆଇଆଇସି ନିଲମ୍ବିତ

 ଛତ୍ରପୁର : କାର୍ଯ୍ୟରେ ଅବହେଳା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନାଧିକାରୀ ଦେବାଶିଷ ମହାନ୍ତିଙ୍କୁ ପୁଲିସ୍ ଡିଜି ୱାଇବି ଖୁରାନିଆ ନିଲମ୍ବିତ କରିଛନ୍ତି  । ନିଲମ୍ବନ ସମୟରେ ସେ ବ୍ରହ୍ମପୁର ଆଇଜି କାର୍ଯ୍ୟାଳୟରେ ରହିବେ  । ଚମାଖଣ୍ଡି ଆଇଆଇସି ସବ୍ୟସାଚି ମଲ୍ଲଙ୍କୁ ଛତ୍ରପୁର ଥାନାର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି  । ଶ୍ରୀ ମହାନ୍ତି ଚଳିତ ବର୍ଷ ଫେବୃଆରୀ ୨୪ ତାରିଖରେ ଛତ୍ରପୁର ଥାନା ଅଧିକାରୀ ଭାବେ ଦାୟିତ୍ୱ ନେଇଥିଲେ  । ଏହା ପୂର୍ବରୁ ସେ ପୁରୀ ଜିଲ୍ଲା ଡେଲାଙ୍ଗର ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ  । ଛତ୍ରପୁର ଥାନାରେ ମାତ୍ର ୫ ମାସ ୨୦ ଦିନ କାମ କଲା ପରେ ତାଙ୍କରି କାର୍ଯ୍ୟରେ ଅବହେଳା ନେଇ ତାଙ୍କୁ ନିଲମ୍ବନ କରାଯାଇଛି  । ତେବେ କେଉଁ କାର୍ଯ୍ୟରେ ସେ ଅବହେଳା କରିଥିଲେ ତାହା କିନ୍ତୁ ସ୍ପଷ୍ଟ ହୋଇପାରିନାହିଁ  ।