ପ୍ରହସନ ପାଲଟିଛି ବିଧାୟକଙ୍କ ଜନ ଶୁଣାଣି  : ନ୍ୟାୟ ପାଇବା ପରିବର୍ତ୍ତେ ଉପେକ୍ଷିତ ହେଲେ ଦିବ୍ୟାଙ୍ଗ

ବଡ଼ସାହି  : ବଡ଼ସାହି ନିର୍ବାଚନ ମଣ୍ଡଳୀର ବିଧାୟକ ସନାତନ ବିଜୁଳି ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ଉଭୟ ବେତନଟୀ ଓ ବଡ଼ସାହି ବ୍ଲକର ବିଭିନ୍ନ କ୍ଷେତ୍ରରେ ଅବହେଳିତ ତଥା ଭିନ୍ନ ଭିନ୍ନ ସମସ୍ୟାରେ ଜର୍ଜରିତ ହେଉଥିବା ସାଧାରଣ ଜନତାଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କୁ ନେଇ ଯୁଗ୍ମ ଜନ ଶୁଣାଣି କରିଛନ୍ତି । ଉକ୍ତ ଜନ ଶୁଣାଣିକୁ ଭିତ୍ତି କରି ସାଧାରଣ ଲୋକେ ନ୍ୟାୟ ପାଇବା ପରିବର୍ତ୍ତେ ଉପେକ୍ଷିତ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଜନ ଶୁଣାଣି ଏକ ପ୍ରହସନ ବୋଲି ସାଧାରଣରେ ଆଲୋଚନା ହେଉଛି । 
ଏପରି ଏକ ଘଟଣା ଦେଖିବାକୁ ମିଳିଛି ବଡ଼ସାହି ବ୍ଲକର ଛେଳିଆ (କ) ପଞ୍ଚାୟତର ବିଦ୍ୟାଧରପୁର ଗ୍ରାମରେ । ଉକ୍ତ ଗ୍ରାମର ଦିବ୍ୟାଙ୍ଗ ରଘୁନାଥ ବେହେରା କୌଣସି ଏକ ରୋଗରେ ନିଜର ଏକ ଗୋଡ ହରାଇଛନ୍ତି । ତାଙ୍କ ପନôୀଙ୍କ  ବ୍ୟତୀତ ପାଖରେ ଆଉ କେହି ନ ଥିବାରୁ ନିଜର ସେବା ଶୁଶ୍ରୁଷା ଠିକ୍ ଭାବେ ପାଇ ପାରୁ ନାହାନ୍ତି । ଦୂରରେ ଶିକ୍ଷକ ଚାକିରି କରିଥିବା ପୁଅକୁ ପାଖକୁ ଆଣିବା ତାଙ୍କ ପାଇଁ ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଲା । ଏହି ସମୟ ମଧ୍ୟରେ ବିଧାୟକଙ୍କ ଜନ ଶୁଣାଣିକୁ ସେ ଉଚିତ୍ କ୍ଷେତ୍ର ବୋଲି ଭାବି ପ୍ରଥମେ ବେତନଟୀ ବ୍ଲକରେ ହୋଇଥିବା କାର୍ଯ୍ୟକ୍ରମରେ ଚାକିରିଆ ପୁଅକୁ ପାଖକୁ ବଦଳି କରି ଆଣିବା ପାଇଁ ଦରଖାସ୍ତ କରିଥିଲେ । ମାତ୍ର ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ରଘୁନାଥ ପୁନର୍ବାର ଗତ ୬ ତାରିଖରେ ବଡ଼ସାହି ବ୍ଲକରେ ଅନୁଷ୍ଠିତ ହୋଇଥିବା ଜନ ଶୁଣାଣି କାର୍ଯ୍ୟକ୍ରମରେ ଆକୁଳ ପ୍ରାର୍ଥନା କରିବା ପୂର୍ବକ ଦରଖାସ୍ତ ଆବେଦନ କରିଥିଲେ । ଏଥିରେ  ମୟୂରଭଞ୍ଜ ଜିଲ୍ଲା ମଙ୍ଗଳ ଅଧିକାରୀ  ବିଧାୟକ ଓ ଜିଲ୍ଲାପାଳଙ୍କୁ ସମ୍ମାନ ଦେଖାଇ ଆବେଦନ କରିଥିବା ରଘୁନାଥଙ୍କ ପୁଅ ମୃତୁ୍ୟଞ୍ଜୟ ବେହେରାଙ୍କୁ ବିଶୋଇ (ଏସଏସଡି) ହାଇସ୍କୁଲରୁ ବଡ଼ସାହି ବ୍ଲକ ଅନ୍ତର୍ଗତ ତଥା ନିକଟସ୍ଥ ମାଣତ୍ରୀ ସରକାରୀ(ଏସଏସଡି) ବାଳିକା ସ୍କୁଲକୁ ବଦଳି ଏବଂ ଏଠାରେ ଥିବା ସ୍ୱରୂପା ଜେନାଙ୍କୁ ବିଶୋଇ ସରକାରୀ(ଏସଏସଡି) ହାଇ ସ୍କୁଲକୁ ଯିବା ପାଇଁ  ୪୭୧୯ ନମ୍ବର  ତା ୧୧/୦୯/୨୦୨୫ ଅନୁସାରେ ଉଭୟଙ୍କୁ ଯୋଗ ଦେବାକୁ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ସେଠାରୁ ରିଲିଭ ହୋଇ ଆସିଥିବା ରଘୁନାଥଙ୍କ ପୁଅ ମୃତୁ୍ୟଞ୍ଜୟଙ୍କୁ ମାଣତ୍ରୀ ସ୍କୁଲରେ ଯୋଗ ଦେବାର ଗୋଟିଏ ଦିନ ପରେ ଚିଠି ନମ୍ବର ୪୭୭୯ ତା ୧୩/୦୯/୨୫ ଅନୁସାରେ  ପୁଣି ନିଜ ମୂଳ ସ୍କୁଲକୁ ଫେରିଯିବାକୁ ଜିଲ୍ଲା ମଙ୍ଗଳ ଅଧିକାରୀ ନିଦେ୍ର୍ଦଶ ଜାରି କଲେ । ତେବେ ଦିବ୍ୟାଙ୍ଗ ରଘୁନାଥଙ୍କ ପ୍ରତି ଜିଲ୍ଲା ପ୍ରଶାସନ ସମେତ ଜିଲ୍ଲା ମଙ୍ଗଳ ଅଧିକାରୀ ଏପରି କରି ପରିହାସ କରିଛନ୍ତି ଏବଂ ବିଧାୟକଙ୍କ ଭିତ୍ତିହୀନ ଜନ ଶୁଣାଣି ପ୍ରହସନରେ ପରିଣତ ହୋଇଛି ବୋଲି ସାଧାରଣରେ ଅଧିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଏହି ପରିପ୍ରେକ୍ଷୀରେ ବିଧାୟକ/ଜିଲ୍ଲାପାଳଙ୍କ ନିଦେ୍ର୍ଦଶକୁ କାହା ଚାପରେ ବେଖାତିର କରି  ଜିଲ୍ଲା ମଙ୍ଗଳ ଅଧିକାରୀ ବଦଳି ଆଦେଶକୁ ବାତିଲ କଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରୁଛି ।