ଶନି ଦେବଙ୍କ ବାର୍ଷିକ ଉସବ

 ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଢୋ ସ୍କୁଲ ପଡିଆ ସ୍ଥିତ ପୀଠରେ ଗ୍ରହରାଜ ଶନି ଦେବଙ୍କ ପଞ୍ଚମ ବାର୍ଷିକ ଉସôବ ଭାବ ଭକ୍ତିର ସହିତ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ଅଙ୍କୁରାରୋପଣ,ଶୁଭାଧିବାସ ଓ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଦ୍ୱୀତୀୟ ଦିନ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ପୂଜକ ମାନେ ବାବା ଶନି ଦେବଙ୍କୁ ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । ମୁଖ୍ୟ ପୂଜକ ଶଙ୍କର୍ଷଣ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ସହଯୋଗୀ ପୂଜକ ବିଜୟ ତ୍ରିପାଠୀ, ପ୍ରତାପ କୁମାର ଦାସ, ନାରାୟଣ ଚନ୍ଦ୍ର ତ୍ରିପାଠୀ, ମହେନ୍ଦ୍ର ଦାସ, ରାଜେନ୍ଦ୍ର କୁମାର ତ୍ରିପାଠୀ ପ୍ରମୁଖ ଶନି ଦେବଙ୍କ ପୂଜା ବିଧି ସମ୍ପର୍ଣ୍ଣ କରିଥିଲେ । ଏଥିରେ ସଙ୍କଳ୍ପ କର୍ତ୍ତା ଭାବେ ସନ୍ତୋଷ କୁମାର ଦାସ ଓ ରୀତା ରାଣୀ ଦାସ ଦାୟିତ୍ୱ ନିର୍ବାହ କରିଥିଲେ ।