ମୋ’ ସହ ହାତ ମିଳାନ୍ତୁ, ବିକାଶ ଶିଖର ଛୁଇଁବ: ଆକାଶ


 ବ୍ୟାସନଗର,: ମୋ’ ଜନ୍ମ ବ୍ୟାସନଗରରେ । ଏଣୁ ମୋ’ ଜନ୍ମ ମାଟିର ବିକାଶକୁ ମୁଁ ଅଗ୍ରାଧିକାର ଦେବି । ଦ୍ୱିତୀୟବାର ବିଧାୟକ ଭାବେ ନିର୍ବାଚିତ ହେବା ପରେ ଆକାଶ ଦାସନାୟକ ଆଜି ବ୍ୟାସନଗର ପୌରପରିଷଦ କାଉନସିଲ ବୈଠକରେ ସାମିଲ ହୋଇ ବ୍ୟାସନଗର ବିକାଶ ଦାୟିତ୍ତ୍ୱ ମୁଁ ନେଉଛି । ବ୍ୟାସନଗର ବିକାଶ କିଭଳି ଶିଖର ଛୁଇଁବ ସେଥିପାଇଁ ଅବିରତ ଉଦ୍ୟମ ଜାରୀ ରଖିବି । ବ୍ୟାସନଗର ପୌରାଞ୍ଚଳକୁ ରାଜ୍ୟସ୍ତରରେ ଶିର୍ଷରେ ପହଞ୍ଚାଇବାକୁ ସମସ୍ତ ପାରିଷଦଙ୍କ ସହଯୋଗ ଦରକାର । ଦଳମତ ନିର୍ବିଶେଷରେ ସମସ୍ତ ପାରିଷଦ ମୋ’ସହ ହାତ ମିଳାଇଲେ ବ୍ୟାସନଗର ସହର ଏକ ମଡ଼େଲ ସହର ହୋଇପାରିବ । ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାଉନସିଲ ବୈଠକରେ ବିଧାୟକ ଆକାଶ ବ୍ୟାସନଗରର ଟ୍ରାଫିକ ଓ ପରିମଳ ବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । କଳିଙ୍ଗନଗର ଶିଳ୍ପାଞ୍ଚଳ ପାଇଁ ବ୍ୟାସନଗର ସହର ଜନସଂଖ୍ୟା ଲକ୍ଷେ ଉପରେ ପହଞ୍ଚିଲାଣି । ହେଲେ ଲକ୍ଷାଧିକ ଲୋକଙ୍କ ପାଇଁ ସହରର ରାସ୍ତା ସମସ୍ୟା ହୋଇପଡ଼ିଛି । ଏଠାରେ ରିଂ ରୋଡ଼ର ଆବଶ୍ୟକତା ରହିଥିବା ବେଳେ କଳିଙ୍ଗନଗର ଶିଳ୍ପାଞ୍ଚଳରୁ ଆସୁଥିବା ବହୁ ସଂଖ୍ୟାର ଗାଡ଼ି ଗୁଡ଼ିକ ଯେଭଳି ସହର ମଧ୍ୟକୁ ପ୍ରବେଶ ନକରିବ, ସେଦିଗରେ ପଦକ୍ଷେପ ନିଆଯିବ । ଡ଼ୋଲିପୁରରୁ ଯାଜପୁର ରୋଡ଼ ଏବଂ ଏବର ବ୍ୟାସନଗର ଜନ୍ମ ଯେଉଁ ସମୟରେ ନେଇଥିଲା, କେହି କେବେ ଭାବି ନଥିଲେ କି ଏହା ଏକ ଶିଳ୍ପ ହବରେ ପରିଣତ ହେବ । ସମୟ କ୍ରମେ ଆମେ ଶିଳ୍ପପାଦ ଦେଶରେ ଅବସ୍ଥିତ । ଏଣୁ ଏସହର ପାଇଁ ସ୍ୱତନ୍ତ୍ର ଡ଼ିଜାଇନର ଆବଶ୍ୟକତା ରହିଛି । ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ବର୍ଷାଦିନ ହୋଇଥିବାରୁ ଡ଼୍ରେନର ସମୂହ ସଫେଇ ଆବଶ୍ୟକତା ରହିଛି । କିଛି ବର୍ଷ ପୂର୍ବରୁ ଡ଼୍ରେନ ନିର୍ମାଣ ପାଇଁ ଯେଉଁ ମାଷ୍ଟର ପ୍ଲାନ ହୋଇଥିଲା, ତାହା କିଭଳି ଶୀଘ୍ର କାର୍ଯ୍ୟକାରୀ ହୋଇପାରିବ, ସେଦିଗରେ ସେ ଉଦ୍ୟମ କରିବାର ପ୍ରତିଶ୍ରୁତି ଦେଇଥିଲେ । ପୌରପରିଷଦର ନିଜସ୍ୱ ଆୟ ବୃଦ୍ଧି ଦିଗରେ ପଦକ୍ଷେପ ନେବା ଉପରେ ଆକାଶ ଗୁରୁତ୍ୱ ଦେଇଥିଲେ । ଆବଶ୍ୟକ ସ୍ଥାନରେ ଭେଣ୍ଡିଂ ଜୋନ, ମାର୍କେଟ କମ୍ପଲେକ୍ସ ଭଳି ଯୋଜନା ହାତକୁ ନେବାର ଆବଶ୍ୟକ ରହିଛି । ଏହା କରାଗଲେ ଯାଇ ପୌରପରିଷଦର ନିଜସ୍ୱ ଆୟ ବଢିପାରିବ । ଯାହା କିଛି ଆବଶ୍ୟକ ରହୁଛି, ସେ ସଂପର୍କରେ ଆଲୋଚନା କରାଯାଇ ତାର ବାଟ ବାହାର କରିବାର ପ୍ରତିଶ୍ରୁତି ଦେଇଥିଲେ ଆକାଶ ।  ପ୍ରାରମ୍ଭରେ ବିଧାୟକ ଆକାଶଙ୍କୁ ପୌରାଧ୍ୟକ୍ଷାଙ୍କ ସମେତ, ଉପାଧ୍ୟକ୍ଷ, ପାରିଷଦ ଏବଂ ପୌର