ମୃତକଙ୍କ ପରିବାରକୁ ଡ୍ରାଇଭର ମହାସଂଘ ପକ୍ଷରୁ ସହାୟତା

 କୁଆଖିଆ: ରସୁଲପୁର ଡ୍ରାଇଭର ମହାସଙ୍ଘ ପକ୍ଷରୁ ଜଣେ ମୃତକଙ୍କ ପରିବାରକୁ ଆର୍ଥôକ ସହାୟତା ପ୍ରଦାନ କରାଯାଇଛି । ମୁଗପାଳ ପଞ୍ଚାୟତର ଧ୍ରୁବଚରଣ ଗୁରୁ ନାମକ ଜଣେ ବ୍ୟକ୍ତି ଦୁର୍ଘଟଣାରେ ମୃତୁ୍ୟବରଣ କରିଥିବା ବେଳେ ଜିଲ୍ଲା କମିଟିର ନିଷ୍ପତି କ୍ରମେ ରସୁଲପୁର ସଙ୍ଘ ବାସ ଗୃହରେ ପହଞ୍ଚି ମୃତ ଗୁରୁଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ପରିବାରକୁ ଆର୍ଥିକ ସାହାଯ୍ୟ ରାଶି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଯାଜପୁର ଜିଲା ସଭାପତି ମାନସ ରଞ୍ଜନ ଦେବତା, ସମ୍ପାଦକ ଶରତ ଚନ୍ଦ୍ର ବେହେରା, ସହସମ୍ପାଦକ ଶଶିକାନ୍ତ ବେହେରା, କୋଷାଧ୍ୟକ୍ଷ ଲୋକନାଥ ପୁରୀ, ଉପଦେଷ୍ଟା ଅଶୋକ ରାମ ଭାଇ ସଂଯୋଜକ ହୀରା ଲାଲ ଭାଇ ଏବଂ ବ୍ଲକ୍ କମିଟି ସଭାପତି ପ୍ରଦୀପ୍ତ ଦାସ, ଉପସଭାପତି କୃଷ୍ଣଚନ୍ଦ୍ର ପାଢି, ସମ୍ପାଦକ ରଞ୍ଜିତ ଓଝା, ସହସମ୍ପାଦକ ଅଧିର ସେଠୀ, ପ୍ରଶାନ୍ତ ଦାସ, ପ୍ରଦୁମ୍ନ ଦାସ, ରବିନ୍ଦ୍ର ସାମଲ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।