ମେୟରଙ୍କ ରଥ ପଥ ସମୀକ୍ଷା

 କଟକ : କଟକ ମହାନଗର ନିଗମ ମେୟର ସୁବାସ ସିଂହ କଟକ ଶାନ୍ତି କମିଟି କର୍ମକର୍ତ୍ତା, ସିଏମସି ଅଧିକାରୀ ସ୍ଥାନୀୟ କର୍ପୋରେଟର ଓ ବହୁ ସମାଜସେବୀଙ୍କ ଉପସ୍ଥିତିରେ ପ୍ରଭୁ ଜଗନ୍ନାଥଙ୍କ ରଥ ଯିବା ରାସ୍ତାର ସମୀକ୍ଷା କରିଛନ୍ତି । ରାସ୍ତାର ଉଭୟ ପାଶ୍ୱର୍ରେ ବୃଦ୍ଧି ପାଇଥିବା ଗଛଲତାକୁ କାଟିବା, ମୁକ୍ତ ନର୍ଦ୍ଦମାରେ ସ୍ଲାବ ପକାଇବା, ଫୁଟପାଥଗୁଡ଼ିକୁ ମରାମତି କରିବା, ରାସ୍ତାକଡ଼ ବାଲିଗୋଡ଼ିକୁ ସଫା କରିବା, ରାସ୍ତାରେ ଓହଳି ଥିବା କେବୁଲ ତାରର ସ୍ଥିତି ଯାଞ୍ଚ କରିବା ଓ ଠାକୁର ରହଣି ସ୍ଥାନର ସଫେଇ ଓ ସୁରକ୍ଷାର ମଧ୍ୟ ସମୀକ୍ଷା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ଆରତୀ ସାହୁ, କଟକ ଶାନ୍ତି କମିଟି ସଂପାଦକ ଭିକାରୀ ଚରଣ ଦାସ, ସିଏମସି ଅଧିକାରୀ ଓ କର୍ମଚାରୀ, ଶାନ୍ତି କମିଟି କର୍ମକର୍ତ୍ତା, ସ୍ଥାନୀୟ ଯୁବବର୍ଗ ଓ ବହୁ ଜଗନ୍ନାଥ ପ୍ରେମୀ ଉପସ୍ଥିତ ଥିଲେ ।