ସମୂହ ଛୁଟିରେ ଯିବେ ବନକର୍ମଚାରୀ
ବେତନଟୀ : ବାରମ୍ବାର ବନ କର୍ମଚାରୀମାନଙ୍କୁ ଗୁଳି କରି ହତ୍ୟା କରାଯାଉଥିବା କାରଣରୁ ଓ ଏହାର ପ୍ରତିକାର ସହିତ ତିନି ଦଫା ଦାବି ପୂରଣ ପାଇଁ ଓଡିଶା ଅଣ ଗେଜେଟେଡ଼ ବନ ସେବା ସଂଘ ସରକାରଙ୍କୁ ଦାବି କରି ଆସୁଛି । ସରକାର ଏହା ବିଚାରକୁ ନେଉ ନଥିବା ବେଳେ ବନସେବା ସଂଘ ମୟୂରଭଞ୍ଜ ବାରିପଦା ଜୋନ ପକ୍ଷରୁ ଜୁନ ୧୫ ତାରିଖରୁ ଜୁନ ୨୧ତାରିଖ ପର୍ଯ୍ୟନ୍ତ ତିନି ଦଫା ଦାବି ପୂରଣ ପାଇଁ ସମସ୍ତ କ୍ଷେତ୍ର ବନ ଅଧିକାରୀ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରୁଛନ୍ତି । ଏହି ପ୍ରତିବାଦ ବେତନଟୀ ରେଞ୍ଜ କାର୍ଯ୍ୟାଳୟରେ ମଧ୍ୟ ସମସ୍ତ ବନ କର୍ମଚାରୀ ମଧ୍ୟ କରୁଛନ୍ତି । କର୍ମଚାରୀମାନଙ୍କ ତିନି ଦଫା ଦାବି ଜୁନ ୨୧ତାରିଖ ମଧ୍ୟରେ ବିଚାର କୁ ନ ନେଲେ ଆସନ୍ତା ଜୁନ୨୨ତାରିଖ ଠାରୁ ଅନିର୍ଦ୍ଧିଷ୍ଟ ସମୟ ପାଇଁ କ୍ଷେତ୍ର ବନ ଅଧିକାରୀମାନେ ସୂମହ ଛୁଟିରେ ଯିବେ ଓ ସର୍କଲ ଅଫିସ ସମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବେ ବୋଲି ବନ ସେବା ସଂଘ ବାରିପଦା ଜୋନର ସମ୍ପାଦକ ସୁଶାନ୍ତ କୁମାର ସିଂ ସାମନ୍ତ ସୂଚନା ପ୍ରଦାନ କରିଛନ୍ତି । ତାଙ୍କ ସୂଚନାରେ ତିନି ଦଫା ଦାବି ମଧ୍ୟରେ ରହିଛି ଡୁ୍ୟଟିରେ ଥାଇ କର୍ମଚାରୀ ଶିକାରୀ ଗୁଳି କିମ୍ବା କୌଣସି ବିପଦଜନକ ପରିସ୍ଥିତି ସାମ୍ନା କରି ମୃତୁ୍ୟ ବରଣ କଲେ, ଏହା ଫାଷ୍ଟ ଟ୍ରାକ କୋର୍ଟରେ ବିଚାର କରି ଦୋଷୀକୁ ତୁରନ୍ତ ଦଣ୍ଡ ପ୍ରଦାନ କରାଯିବ ଓ ମୃତକ ପରିବାରକୁ ଏକ କୋଟି ଟଙ୍କାର ଅନୁକମ୍ପା ସହାୟତା କରାଯିବା ପାଇଁ ଦାବି ରହିଛି । ସେହିଭଳି ଫରେଷ୍ଟ କମିଶନ ଗଠନ କରାଯିବ, ସାଲାରୀ ଆକାଉଣ୍ଟ ଇନ୍ସୁରାନ୍ସ ପ୍ୟାକେଜ କରି ଜାତୀୟ ବ୍ୟାଙ୍କ ଜରିଆରେ ପ୍ରଦାନ କରାଯିବାର ଦାବି ରହିଛି । ସୂଚନାଯୋଗ୍ୟ, ଗତ ମେ ୨୪ତାରିଖରେ ଢେଙ୍କାନାଳ ବନଖଣ୍ଡ ହିନେ୍ଦାଳ ରେଞ୍ଜର ବନରକ୍ଷୀ ପ୍ରହ୍ଲାଦ ପ୍ରଧାନକୁ ଯେଭଳି ନିର୍ମମ ଭାବେ ହତ୍ୟା କରାଗଲା, ହତ୍ୟା କରାଯିବାକୁ ନେଇ ସଂଘ ଏହାକୁ ନିନ୍ଦା କରିବା ସହ ଏହି ଦାବି ଗୁଡିକ ଉପସ୍ଥାପନା କରିଛି ।