ଆମ୍ବମୂଳ ପ୍ରିମିୟର ଲିଗ; କୁସୁନପୁର ଚାମ୍ପିଅନ
ଧର୍ମଶାଳା : ଜାରକା ମହୋତ୍ସବ ପଡିଆରେ ୫ମ ଆମ୍ବମୁଳ ପ୍ରମିୟର କ୍ରିକେଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଯାଜପୁର ରୋଡକୁ ୫ରନରେ ପରାସ୍ତ କରି କୁସୁନପୁର ଟିମ ଚମ୍ପିଆନ ହୋଇଛି । ଟୁର୍ଣ୍ଣାମେଂଟରେ ଯାଜପୁର ରୋଡ, କୁସୁନପୁର, ଅରଖପଦା, ଭୁବନ, କାଏମା, ନାଉପାଳ,ଚହଟା ଓ ଜାରକା ଆମ୍ବମୁଳ ପ୍ରମୁଖ ୮ଗୋଟି ଟିମ ଅଂଶ ଗ୍ରହଣ କରିଥିଲା । ଫାଇନଲ ମ୍ୟାଚରେ କୁସୁନପୁର ଟିମ ନିର୍ଦ୍ଧାରିତ ୧୦ ଓଭରରେ ସମସ୍ତ ଉଇକେଟ ହରାଇ ୧୨୦ ରନ ସଂଗ୍ରହ କରିଥିବା ବେଳେ ଜବାବରେ ଯାଜପୁର ରୋଡ ଟିମ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସମସ୍ତ ଉଇକେଟ ହରାଇ ୧୧୫ରନ କରି ପରାଜିତ ହୋଇଥିଲା । ଫଳରେ କୁସୁନପୁର ଟିମ ୫ ରନରେ ବିଜୟୀ ହୋଇ ଚଳିତ ଥର ଚମ୍ପିଆନ ହୋଇଛି । ଖେଳକୁ ଚନ୍ଦନ କୁମାର ସିଂ, ଜ୍ୟୋତିପ୍ରକାଶ ପାଳ ଓ ଆଶିଷ କୁମାର ପରିଚାଳନା କରିଥିଲେ । ଆୟୋଜକ ଟିମର ସମସ୍ତ ସଦସ୍ୟ ପରିଚାଳନାରେ ସହାୟତା କରିଥିଲେ ।