ପୁଲିସ-ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ ଅନୁଷ୍ଠିତ
ପୁରୀ : ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସଂପର୍ଣ୍ଣ କରିବାକୁ ପୁଲିସ ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଳାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା ଚଳିତ ରଥଯାତ୍ରାରେ ପୂର୍ବାପେକ୍ଷା ଅଧିକ ଶ୍ରଦ୍ଧାଳୁଙ୍କ ଆକଳନ କରାଯାଉଥିବାରୁ ଏହାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ପରିଚାଳନା କରିବା ଉଭୟ ପୁଲିସ ଓ ପ୍ରଶାସନ ପାଇଁ ଗୁରୁ ଦାୟିତ୍ୱ ବୋଲି କହିଥିଲେ । ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବା ସହ ଲୋକମାନଙ୍କୁ ସୁବିଧା ଓ ଭଲ ବ୍ୟବହାର ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଡ଼. ଶରତ ଚନ୍ଦ୍ର ମହାପାତ୍ର ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନେ ନିଷ୍ଠାର ସହ ନିର୍ଦ୍ଧାରିତ ସ୍ଥାନମାନଙ୍କରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଶ୍ରଦ୍ଧାଳୁମାନଙ୍କୁ ସହଯୋଗ ଓ ଶୃଙ୍ଖଳିତ ଦର୍ଶନ ପାଇଁ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାଜକିଶୋର ଜେନା, ଅତିରିକ୍ତ ଏସ୍.ପି ସୁଶୀଲ କୁମାର ମିଶ୍ର, ସଚିନ୍ ପଟେଲ, ସୌମ୍ୟରଂଜନ ମଲ୍ଲିକ ଓ ଡ଼ିଆଇବି ଅତିରିକ୍ତ ଏସ୍.ପି ଦେବୀଶଙ୍କର ପ୍ରତାପ ପ୍ରମୁଖ ଯୋଗଦେଇ ରଥଯାତ୍ରାକୁ ଆସୁଥିବା ଅତିଥିମାନଙ୍କ ସୁରକ୍ଷା ଓ ଯାତ୍ରୀମାନଙ୍କ ସୁରକ୍ଷା ସହ ଶୃଙ୍ଖଳିତ ଭାବେ ଯାତ୍ରୀମାନଙ୍କ ଦର୍ଶନ, ବିଭିନ୍ନ ସେବାରେ ନିୟୋଜିତ ଅନୁଷ୍ଠାନ ବା ବ୍ୟକ୍ତିବିଶେଷଙ୍କୁ ନିର୍ଦ୍ଧାରିତ ସ୍ଥାନରେ ସେବା ଯୋଗାଇବାରେ ସହଯୋଗ କରିବା, ଅଯଥା ଗହଳି କରାଇନଦେବା, ଟ୍ରାଫିକ ନିୟନ୍ତ୍ରଣ, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଆଶୁ ଚିକିସôା ବ୍ୟବସ୍ଥା, ଆମ୍ବୁଲାନ୍ସ ବ୍ୟବସ୍ଥା, ସୂଚନା ସେବା, ପାର୍କିଂ ବ୍ୟବସ୍ଥା ଇତ୍ୟାଦିର ସୁପରିଚାଳନା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ ।