ମୋଦିଙ୍କ ଦ୍ୱାରା ୨୪ହଜାର କୋଟିର ପ୍ରକଳ୍ପ : ରାଷ୍ଟ୍ରକୁ ସମର୍ପିତ ‘ଗୁଜରାଟ ରେଳ ନେଟୱାର୍କ ୧୦୦% ବିଦୁ୍ୟତୀକରଣ’

 ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ଦାହୋଦରେ ୨୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ କରି ଏହାକୁ ରାଷ୍ଟ୍ର ଉଦେ୍ଦଶ୍ୟରେ ସମର୍ପିତ କରିଛନ୍ତି । ଏହି ଅବସରରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି ଯେ "ଆଜି, ଦେଶ ହତାଶ ଏବଂ ଅନ୍ଧାରର ଯୁଗରୁ ଆତ୍ମବିଶ୍ୱାସ ଏବଂ ଆଶାବାଦର ଏକ ନୂତନ ଯୁଗକୁ ଉଭା ହୋଇଛି ।’ ୧୪୦ କୋଟି ଭାରତୀୟ ଏକ ବିକଶିତ ଭାରତ ଗଠନରେ ଏକଜୁଟ ବୋଲି ପ୍ରକାଶ କରି ଭାରତ ଭିତରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉତ୍ପାଦନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । 
ଏହାସହ ସେ କହିଥିଲେ ଯେ ଆତ୍ମନିର୍ଭରଶୀଳତା ହେଉଛି ସମୟର ଆବଶ୍ୟକତା । ଭାରତ ବିଶ୍ୱ ଉତ୍ପାଦନ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି, ଘରୋଇ ଉତ୍ପାଦନ ଏବଂ ରପ୍ତାନି ଉଭୟ ନିରନ୍ତର ବୃଦ୍ଧି ପାଉଛି । ଏହି ପ୍ରଗତିର ଏକ ପ୍ରମୁଖ ଉଦାହରଣ ଭାବରେ ଦାହୋଦକୁ ଉଲ୍ଲେଖ କରି ମୋଦି ଦାହୋଦ ଇଲେକ୍ଟ୍ରିକ୍ ଲୋକୋମୋଟିଭ୍ କାରଖାନାକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବରେ ଉଲ୍ଲେଖ କରିଥିଲେ । ଏ ଅବସରରେ ସେ ଲୋକୋମୋଟିଭ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଗୁଜରାଟ ରେଳ ନେଟୱାର୍କର ୧୦୦% ବିଦୁ୍ୟତୀକରଣ ହାସଲ କରିଛି ଯାହାକି ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ବୋଲି ମୋଦି କହିଛନ୍ତି ।
ଏ ଅବସରରେ ମୋଦି ଅହମ୍ମଦାବାଦ ଏବଂ ଭେରାଭାଲ ମଧ୍ୟରେ ଏକ ନୂତନ ବନେ୍ଦ ଭାରତ ଏକ୍ସପ୍ରେସ ଆରମ୍ଭ କରିବାର ଘୋଷଣା କରିଥିଲେ । ଦାହୋଦ ଏବଂ ଭଲସାଡ ମଧ୍ୟରେ ନୂତନ ଏକ୍ସପ୍ରେସ ଟ୍ରେନ ସମେତ ବହୁବିଧ ରେଳପଥର ଉଦଘାଟନ ମଧ୍ୟ କରିଥିଲେ । ଦାହୋଦର ରେଳ କାରଖାନା ୯,୦୦୦ ଏଚ୍ପିି ବିଶିଷ୍ଟ ଲୋକୋମୋଟିଭ୍ ନିର୍ମାଣ କରିବ ଯାହା ଭାରତର ଟ୍ରେନଗୁଡ଼ିକର ଶକ୍ତି ଏବଂ କ୍ଷମତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ବୋଲି କହିଥିଲେ ।