ଅକ୍ଷର ଭୁଲ୍ ଯୋଗୁ ଜମି ଚୋରି

 ଝାରସୁଗୁଡ଼ା  : ଝାରସୁଗୁଡା ଜିଲ୍ଲାରେ ଅନୁସୂଚିତ ଜାତି ପାପ ଜାତି ସଂପର୍କୀୟ ଜମି ମାମଲା ଉପରେ ନୂତନ ବିବାଦ ଉତ୍ପନ୍ନ ହୋଇଛି । ସାଧାରଣ ବର୍ଗର କେତେକ ଲୋକ ଓଏଲ୍ଆର୍ ୨୨ ଅନୁମତି ବିନା ଏହି ଜାତିର ଜମିକୁ ଅବୈଧ ଭାବେ ନିଜ ନାମରେ ପଟ୍ଟା କରାଇ ନେଇଛନ୍ତି । ତହସିଲ ଅଫିସରେ ମେଜର ବନେ୍ଦାବସ୍ତ ସମୟରେ, ଏହି ଜମି ପଟ୍ଟାକାଳୀନ ଭୁଲରେ ପାପ ଜାତି ପରିବର୍ତ୍ତେ ପାବ ଲେଖାଯାଇଥିଲା ବୋଲି ସୂଚନା ମିଳିଛି । ଏହି ଅକ୍ଷର ଭୁଲ ଫଳରେ ନିରୀହ ପାପ ଜାତିର ଲୋକମାନେ ସ୍ୱଳ୍ପ ମୂଲ୍ୟରେ ନିଜ ଜମି ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ହରିଜନ ତାଲିକାରେ ପାପ ଜାତି ଅଛି, କିନ୍ତୁ ପାବ ନାହିଁ । ଏହି ଭୁଲ ଫଳରେ କିଛି ଜମି ଦଲାଲ ଏହାର ଫାଇଦା ଉଠାଇ ନିରିହ ପାପ ଜାତିର ଜମିକୁ ଅବୈଧ ଭାବରେ ନିଜ ନାମରେ କରାଇ ନେଉଛନ୍ତି । ଏହି ସବୁ ଜମିକୁ ବିନା ଓଏଲ୍ଆର ୨୨ ପରମିସନ୍ରେ ବେଆଇନ ଭାବରେ ରେଜିଷ୍ଟ୍ରି ଓ ପରବର୍ତ୍ତୀ ସମୟରେ ପଟ୍ଟା ମଧ୍ୟ କରି ନେଇଛନ୍ତି ।ଝାରସୁଗୁଡା ତହସିଲଦାର ସଦାକର କୁମ୍ଭାରଙ୍କ କହିବାନୁସାରେ ‘ଅନୁସୂଚିତ ଜାତି ତାଲିକାରେ ପାପ ଅଛି, ପାବ ନାହିଁ । ଏପରି ଭୁଲ ହେଲେ ସେଟେଲମେଣ୍ଟ ଅଫିସରେ ମିସ୍କେସ୍ ରେଜିଷ୍ଟର କରିବାକୁ ପଡିବ । ସେଠାରୁ ନିଦେ୍ର୍ଦଶ ଆସିଲେ ଆମେ ତଦନ୍ତ କରିବୁ ।’ ଏପଟେ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା କହିଛନ୍ତି, ଏପରି କୌଣସି ଅଭିଯୋଗ ଆମ ପାଖକୁ ଆସିନାହିଁ । ଯଦି ଆସିବ, ସେଇ ଅନୁସାରେ ଆମେ ତଦନ୍ତ କରିବୁ ।