ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସୋର : ସୋର ପୌରପାଳିକା ଅନ୍ତର୍ଗତ ତୁଣ୍ଡପଡା ଗ୍ରାମର ଜଣେ ମହିଳା ଘରୋଇ କଳହରୁ ବେକରେ ଏପ୍ରୋନ ବାନ୍ଧି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୁଚନା ଅନୁସାରେ ଏହି ଗ୍ରାମର ହିମାଂଶୁ ବେହେରା ରେଳ ବିଭାଗରେ ଇଞ୍ଚିନିୟର ଭାବେ କାମ କରୁଥିବା ବେଳେ ଗତ ମାର୍ଚ୍ଚ ମାସରେ ବାହାନଗା ବ୍ଲକ ଗୋପାଳପୁର ଥାନା ବାଜିପୁର ଗ୍ରାମର ସସ୍ମିତା ବେହେରାଙ୍କୁ ପ୍ରେମ ବିବାହ କରିଥିଲେ । ଆଜି ସଂଧ୍ୟାରେ କୌଣସି କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହେବାରୁ ମାନସିକ ଭାରସାମ୍ୟ ହରାଇ ସସ୍ମିତା ଶୋଇବା ଘର ଫ୍ୟାନରେ ବେକରେ ଆପ୍ରନ ବାନ୍ଧି ଝୁଲି ପଡିଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସୋର ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ରଖିଛି । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।