ଯାନ୍ତ୍ରିକ ସଂଘର ନୂତନ କର୍ମକର୍ତ୍ତା

 ପଟ୍ଟାମୁଣ୍ଡାଇ: ରାଜ୍ୟର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଜଳଯୋଗାଣ କ୍ଷେତ୍ରରେ ନିୟୋଜିତ କର୍ମଚାରୀକୁ ପ୍ରତିନିଧତ୍ୱ କରୁଥିବା ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘ ପଟ୍ଟାମୁଣ୍ଡାଇ ଅନୁଖଣ୍ଡ ସମ୍ପାଦକ ଅଶୋକ କୁମାର ନାୟକ ଏବଂ ସହକାରୀ ସମ୍ପାଦକ ଭାବେ ରବୀନ୍ଦ୍ର ମାହୁଁନ୍ତଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ରାଜ୍ୟ ବାର୍ତ୍ତା ସମ୍ପାଦକ ସ୍ମୃତିରଞ୍ଜନ ଗିରି, କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପାଦକ ସୁଶାନ୍ତ ନାୟକ, ବାବୁଲି ଚରଣ ଖୁଣ୍ଟିଆ, ସେକ୍ ସାହାଦତ, କିଶୋର ଦାସ, ପ୍ରଦୀପ ବିଶ୍ୱାଳ, ନରେନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ନୂତନ ଅନୁଖଣ୍ଡ ସମ୍ପାଦକ ଓ ସହସମ୍ପାଦକ ମନୋନୟନ ସମ୍ପର୍କରେ ରାଜ୍ୟ ସଂଘ ସଭାପତି ପ୍ରଶାନ୍ତ ମହାନ୍ତି ଓ କର୍ମକର୍ତ୍ତାଙ୍କୁ  ପତ୍ର ମାଧ୍ୟମରେ ଜଣାଇଛନ୍ତି ।