ସରସ୍ୱତୀ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ
ବାଣପୁର: ବାଣପୁର ଭଗବତୀ ବିହାର ପରିଷରସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିରର ୨୬ତମ ବାର୍ଷିକୋସôବ ରବିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପରିଚାଳନା ପରିଷଦର ସଭାପତି ରାଜ କିଶୋର ଭୋପା ସଭାପତିତ୍ୱ କରିଥିଲା ବେଳେ ରାଜ୍ୟ ଅବକାରୀ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥିରାଜ ହରିଚଂଦନ ମୁଖ୍ୟ ଅତିଥି ପୁରୀ ସାଂସଦ ଡଃ ସମ୍ବିତ ପାତ୍ର ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଖୋର୍ଦ୍ଧା ଶିକ୍ଷା ବିକାଶ ସମିତିର ସହ ବିଭାଗ ପ୍ରମୁଖ ହରେକୃଷ୍ଣ ମୁଦୁଲି ଯୋଗ ଦେଇଥିଲେ ।ବିଦ୍ୟାଳୟର ପ୍ରଧାନ ଗୁରୁଜୀ ଅବିନାଶ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ।ପରିଚାଳନା ସମିତି ସଂପାଦକ ଶ୍ୟାମ ସୁନ୍ଦର ମିଶ୍ର ବାର୍ଷିକ ବିବରଣ ପାଠ କରିଥିଲେ । ରାଜ୍ୟ ସରକାର ଚଳିତ ବର୍ଷ ଏଠାରେ ବିଜ୍ଞାନରେ ଦ୍ୱାଦଶ ଶ୍ରେଣୀ ଖୋଲିବା ପାଇଁ ଅନୁମତି ଦେଇଥିବରୁ ନୂତନ ବିଜ୍ଞାନ ଭବନର ଶ୍ଲିଳାନ୍ୟାସ ମଂତ୍ରୀ ଶ୍ରୀ ହରିଚଂଦନ କରିଥିଲେ ।ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଂକୁ ଅତିଥିଂକ ଦ୍ୱାରା ପୁରଷ୍କାର ବଣ୍ଟନ କରା ଯାଇଥିଲା ।ଶେଷରେ ଚାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ପିଲାମାନଂକ କାର୍ଯ୍ୟକ୍ରମ ଦେଖିବା ପାଇଁ ବହୁ ଅଭିଭାବକ ଯୋଗ ଦେଇଥିଲେ ।ବିଦ୍ୟାମଂଦିରର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।