ଯୁଗ୍ମ ଜନଶୁଣାଣି ଶିବିର

ତେନ୍ତୁଳିଖୁଣ୍ଟି :  ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ  ମାଡ଼କର ସନ୍ଦୀପ ସମ୍ମତଙ୍କର ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ପରିଷଦ ସିଡିଓ ବିରଞ୍ଚି ନାରାୟଣ ଦରୱନ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ବ୍ଲକ ଅଧ୍ୟକ୍ଷା ନିଳେନ୍ଦ୍ରୀ ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ପାଣିଗ୍ରାହୀଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ  ଉପସ୍ଥିତ ଥିଲେ । ଏହି ଜନ ଶୁଣାଣି ଶିବିରରେ ମୋଟ ୩୪ଜଣ ଆବେଦନକାରୀ ନିଜର ଅଭିଯୋଗପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୨୭ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୭ଟି ଗ୍ରାମ୍ୟ ତଥା ସାମୂହିକ ସମସ୍ୟା ସମ୍ମିଳିତଥିଲା । ୪ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲଚେୟାର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ଗୋବିନ୍ଦ କଁଅର, କନିଷ୍ଠ ଯନ୍ତ୍ରୀ କ୍ରାନ୍ତି କୁମାର ପଟ୍ଟନାୟକ, ବ୍ରଜବିହାରୀ ମାହାକୁଡ, ଉମାକାନ୍ତ ସାହାଣୀ, ସିପି ତପନ କୁମାର  ମିଶ୍ର, ଡବ୍ଲୁଇ ଜଗମୋହନ ମାଝୀ, ବିଏସଏସଓ ରବୀନ୍ଦ୍ର କୁମାର ସାହୁ, ବିପିସି ସୁଶ୍ରୀ ଉମା ମାହେଶ୍ୱରୀ, ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ସମୟରେ ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବିନ୍ଦ୍ର ଉପସ୍ଥିତ ରହିଥିଲେ ।