୩୦ବର୍ଷ ପରେ ବଦଳିଲା ବିଦୁ୍ୟତ୍ ଟ୍ରାନ୍ସଫର୍ମର


ାା ପ୍ରଭାନୁ୍ୟଜ ।ା ପାଣିକୋଇଲି, : ଦୀର୍ଘ ୩୦ବର୍ଷ ପରେ ପାଣିକୋଇଲି ବିଦୁ୍ୟତ୍ ଉପଖଣ୍ଡ ଅଧିନ ଅମୃତିଆ ଗ୍ରାମରେ ବିଦୁ୍ୟତ ଟ୍ରାନ୍ସଫରମର ବଦଳାଇଛି ବିଭାଗ । ଅମୃତିଆ ଗ୍ରାମରେ ମୋଟ ୧୪୦ଜଣ ବିଦୁ୍ୟତ୍ ଉପଭୋକ୍ତା ଅଛନ୍ତି । ସେମାନଙ୍କ ପାଇଁ ମାତ୍ର ୧୦୦କେଭିର ଏକ ଟ୍ରାନ୍ସଫରମର ଦୀର୍ଘ ୩୦ ବର୍ଷ ତଳେ ଲାଗିଥିଲା । ଯାହା ଫଳରେ ଲୋଭୋଲଟେଜ ସହ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଥିଲେ ଉପଭୋକ୍ତା । ପାଣିକୋଇଲି ବିଦୁ୍ୟତ୍ ଉପଖଣ୍ଡ ଅଧିକାରୀ ଅସିତ ଅମିତାଭ ଧଳଙ୍କ ପ୍ରଚେଷ୍ଟାରେ ଗ୍ରାମରେ ୨୫୦ କେଭି ବିଦୁ୍ୟତ୍ ଟ୍ରାନ୍ସଫରମର ପରିବର୍ତ୍ତନ କରାଯାଇ ଲଗାଯାଇଛି । ଯାହା ଫଳରେ ଉପଭୋକ୍ତାଙ୍କ ଦୀର୍ଘଦିନ ଧରି ଲାଗି ରହିଥିବା ବିଦୁ୍ୟତ୍ ସମସ୍ୟାରୁ ମୁକ୍ତି ପାଇଛନ୍ତି ।