ଯୁଗ୍ମ ବିଜେତାରେ ଉଦ୍ୟାପିତ ସର୍ବଭାରତୀୟ କବାଡି
କୁଆଖିଆ: ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଖଣ୍ଡିତର ଠାରେ ଚାଲିଥିବା ୪ର୍ଥ ଦିବସୀୟ ସର୍ବଭାରତୀୟ କବାଡି ଟୁର୍ଣ୍ଣାମେଣ୍ଟ ଗତକାଲି ଉଦଯାପିତ ହୋଇଯାଇଛି । ଗତକାଲି ପୁରୁଷ ବିଭାଗର ଶ୍ରୀଜଗନ୍ନାଥ ସପ୍ସସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ ଏବଂ ବିଳାସପୁର ମଧ୍ୟରେ ହେବାର ଥିବାବେଳେ ସେଥିରେ ବର୍ଷା ଦାଉ ସାଜିଥିଲା । ଯାହାଫଳରେ ହେବାକୁ ଥିବା ସେମିଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ର ଖେଳ ହୋଇପାରି ନଥିଲା । ତେଣୁ ଉଭୟ ଦଳକୁ ବିଜେତା ଭାବରେ ଘୋଷଣା କରାଯାଇ ଚାମ୍ପିଅନ ଦଳକୁ ୧ଲକ୍ଷ ୫୦ ହଜାର ଏବଂ ରନର୍ସ ଦଳକୁ ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ମହିଳା ବିଭାଗର ଯୁଗ୍ମ ବିଜେତା ଦଳର ଚାମ୍ପିୟାନ ଦଳକୁ ୫୦ ହଜାର ଅର୍ଥରାଶି ଓ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର୍ସ ଦଳକୁ ୩୦ ହଜାର ଅର୍ଥରାଶି ସହିତ ଉଭୟ ଦଳକୁ ସମାନ ଭାବରେ ଭାଗ କରି ଦିଆଯାଇଥିଲା । ଏହି ସେମିଫାଇନାଲ୍ ମ୍ୟାଚ୍ ପୂର୍ବ ରେଳବାଇ ଓ ଭୁବନେଶ୍ୱର କିଟ୍ ମଧ୍ୟରେ ହୋଇ ପୂର୍ବ ରେଳବାଇ କିଟ୍କୁ ୩୪-୧୦ ପଏଣ୍ଟରେ ହରାଇ ଫାଇନାଲ୍କୁ ପ୍ରବେଶ କରିଥିବା ବେଳେ ବିଳମ୍ବିତ ରାତିର ଖେଳର ଦିତୀୟ ସେମିଫାଇନାଲ୍ରେ ଦକ୍ଷିଣପୂର୍ବ ରେଳବାଇ ପଶ୍ଚିମ ବଙ୍ଗ ଅଶୋକ ସଙ୍ଘକୁ ୪୦- ୧୫ ପଏଣ୍ଟରେ ପରାସ୍ତ କରି ଫାଇନାଲ୍କୁ ପ୍ରବେଶ କରିଥିଲେ । ସେହିପରି ପୁରୁଷ ବିଭାଗର ସେମିଫାଇନାଲ୍ରେ ବିଳାସପୁର ଦଳ ଭୋପାଳକୁ ୩୯ - ୨୧ ପଏଣ୍ଟ୍ ରେ ହରାଇ ଫାଇନାଲ୍କୁ ପ୍ରବେଶ କରିଥିବା ବେଳେ ଦିତୀୟ ସେମିଫାଇନାଲ୍ରେ ପୁରୀ ଜଗନ୍ନାଥ ବିଶ୍ୱବିଦ୍ୟାଳୟ ଦିଲ୍ଲୀ କୁ ୪୩ - ୧୦ ପଏଂଟ୍ରେ ହରାଇ ଟାଇଟଲ ହାସଲ କରିବାକୁ ଅବତୀର୍ଣ୍ଣ ହୋଇଥିଲା । ଏହି ଉଦଯାପନୀ ଉତ୍ସବରେ ସଭାପତି ପ୍ରଦୀପ କୁମାର ସେଠୀ, ଉପସଭାପତି କୃଷ୍ଣକାନ୍ତ ପଣ୍ଡା, ଉପଦେଷ୍ଟା ରବିନ୍ଦ୍ର ପୃଷ୍ଟି, ଗୋବିନ୍ଦ ଚନ୍ଦ୍ର ଶତପଥୀ,ସମ୍ପାଦକ ସମରେନ୍ଦ୍ର ଦାଶ, ଅଭୟ କୁମାର ମହାନ୍ତି, ବିଭୂକଲ୍ୟାଣ ଦାଶ, ସରପଞ୍ଚ ସୁରେନ୍ଦ୍ର କୁମାର ତିଆଡି , ଅରୁଣ କୁମାର ସାହୁ ପ୍ରମୁଖ କାର୍ଯ୍ୟକର୍ତା ଓ ଅଫିସିଆଲ୍ ଉପସ୍ଥିତ ଥିଲେ ।