ନାବାଳକକୁ ଯୌନ ନିର୍ଯାତନା, ଅଭିଯୁକ୍ତକୁ ଜେଲ୍ ଓ ଜରିମାନା

 ଯାଜପୁର ଟାଉନ:  ଜନୈକ ୧୧ ବର୍ଷୀୟ ନାବାଳକକୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଜରିମାନା କରି ଏକ ରାୟ ପ୍ରକାଶିତ ହୋଇଛି । ବିବରଣୀରୁ ପ୍ରକାଶ, ଯାଜପୁର ସଦର ଥାନା ଅଞ୍ଚଳର ଜନୈକ ୧୧ ବର୍ଷୀୟ ନାବାଳକ ଗତ ୨୦୨୦ ମସିହା ଡିସେମ୍ବର ୨୩ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ତା’ ସାଙ୍ଗ ସହ ଖେଳୁଥିବା ବେଳେ ଗୋପୀନାଥପୁର ଗ୍ରାମର ଦୀପକ ଦଳାଇ(୩୦) ତାକୁ ଚକୋଲେଟ ଦେବା ବାହାନାରେ ଲକ୍ଷ୍ମୀ କଲ୍ୟାଣ ମଣ୍ଡପ ଉପର ମହଲାକୁ ନେଇ ଯାଇଥିଲା । ସେଠାରେ ନାବାଳକକୁ ଜୋର ଜବରଦସ୍ତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରିବା ସମୟରେ ନାବାଳକର ଚିକ୍ରାର ଶୁଣି କିଛି ସ୍ଥାନୀୟ ଲୋକ ସେଠାରେ ପହଞ୍ଚô ଥିଲେ । ଘଟଣାସ୍ଥଳକୁ ଅଭିଯୁକ୍ତ ଦୀପକ ଫେରାର ହୋଇଯାଇଥିଲା । ପରେ ନାବାଳକର ବାପା ଯାଜପୁର ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଯାଜପୁର ସଦର ଥାନାଧିକାରୀ ଥାନା କେଶ ନଂ. ୨୬୫/୨୦୨୦ରେ ଏକ କେଶ ରୁଜୁ କରି ତଦନ୍ତ ଜାରି ରଖିଥିଲା । ୨ ଦିନ ପରେ ଅଭିଯୁକ୍ତ ଦୀପକକୁ ସଦର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମଙ୍ଗଳବାର ଦିନ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି କରି ସ୍ୱତନ୍ତ୍ର ପୋକ୍ସୋ ବିଚାରପତି ଶରତ କୁମାର ଦେହୁରୀ ୭ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ବୟାନକୁ ଆଧାର କରି ଅଭିଯୁକ୍ତ ଦୀପକକୁ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କା ଜରିମାନା ରାୟରେ ପ୍ରକାଶ କରିଛନ୍ତି । ଏହି ଜରିମାନା ଅନାଦେୟରେ ଅଭିଯୁକ୍ତକୁ ଅଧିକ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଭୋଗିବ ବୋଲି ରାୟରେ ନିଦେ୍ର୍ଦଶ ଅଛି । ଏହି ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକୁ୍ୟଟର ପାର୍ଥ ରାୟ ପରିଚାଳନା କରୁଥିଲେ ।