୧ରୁ ଖୋଲିବ ହୋଟେଲ୍ ଏବଂ ଜଳଖିଆ ଦୋକାନ

 ଯାଜପୁର ଟାଉନ : ଡ଼ାଇରିଆ ସଂକ୍ରମଣରେ ବ୍ରେକ୍ ଦେବାକୁ ଜିଲାର ସମସ୍ତ ହୋଟେଲ ଓ ଜଳଖିଆ ଦୋକାନକୁ ବନ୍ଦ କରିଦେଇଥିଲା ଜିଲା ପ୍ରଶାସନ । ଏଥିସହ ମୃଦୁ ପାନୀୟ କାରଖାନା ଓ ଉଠା ଦୋକାନ ଆଦିକୁ ବନ୍ଦ ରଖାଯାଇଥିଲା । ଇତି ମଧ୍ୟରେ ଏ ରୋଗରେ ପ୍ରଭାବ କମୁଥିବା ବେଳେ ଉପରୋକ୍ତ ବ୍ୟବସାୟୀମାନେ ଦୋକାନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଜିଲ୍ଳାପାଳ ଏସଂପର୍କରେ ସମସ୍ତ ତଥ୍ୟକୁ ଭତ୍ତିକରି ଯିବା ଆସିବା ଲୋକଙ୍କ ଖାଇବା ସୁବିଧା, ଉଠା ଦୋକାନୀ ମାନଙ୍କ ଜୀବିକା ସର୍ବୋପରି ରୋଗକୁ ଲକ୍ଷ୍ୟ ରଖି ଶନିବାରଏକ ନିଦେ୍ର୍ଦଶନାମା ଜାରି କରି ସର୍ତମୂଳକ ଭାବେ ହୋଟେଲ୍, ଜଳଖିଆ ଦୋକାନ, ମୃଦୁ ପାନୀୟ କାରଖାନା ଓ ଉଠା ଦୋକାନ ଆଦିକୁ ଆସନ୍ତା ୧ ତାରିଖରୁ ଖୋଲିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଦୋକାନ ଖୋଲା ରଖିବା ସମୟରେ ପରିମଳ ବ୍ୟବସ୍ଥା, ଖାଦ୍ୟ ରଖୁଥିବା ସ୍ଥାନ ଏବଂ ଶୁଦ୍ଧଜଳ ବ୍ୟବହାର କରିବାକୁ ନିଦେ୍ର୍ଦଶନାମାରେ ସୂଚନା ପ୍ରଦାନ କରିଛନ୍ତି । ଏଥିନେଇ ଜିଲାପାଳ ଚିଠି ସଂଖ୍ୟା ନଂ ୪୮୬୩ ତା ୨୮ା୬ା୨୦୨୫ରିଖରେ ଜିଲାର ସମସ୍ତ ତହସିଲଦାର, ପୌରପରିଷଦର ନିର୍ବାହୀ ଅଧିକାରୀ, ଯାଜପୁର ପୌରପାଳିକାର ସ୍ୱାସ୍ଥ୍ୟ ଅଧିକାରୀ  ଓ  ସମସ୍ତ ଥାନା ଅଧିକାରୀଙ୍କୁ ଅବଗତ କରିଛନ୍ତି ।