ଯୁବତୀଙ୍କ ମୃତୁ୍ୟକୁ ଚପାଇଦେବାକୁ ଉଦ୍ୟମ 

 ତିର୍ତ୍ତୋଲ : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତ ନାଲପୁର ଗ୍ରାମରେ ୨୦ ବର୍ଷର ଯୁବତୀ ଚିନ୍ମୟୀ ବେହେରାଙ୍କ ମୃତୁ୍ୟ ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ  ସାଧାରଣରେ ପ୍ରଶ୍ନ ଉଠିଛି । ସାନ ଭଉଣୀର ମୃତୁ୍ୟ ଘଟଣାକୁ ଆତ୍ମହତ୍ୟା ରୂପ ଦେଇ ଚପାଇଦେବାକୁ ଉଦ୍ୟମ ହେଉଥିବା ବଡ଼ ଭଉଣୀ ସରୋଜିନୀ ଅଭିଯୋଗ କରିଛନ୍ତି ଏଥିସହ ସ୍ୱଚ୍ଛତାର ସହ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି  । ଚିନ୍ମୟୀଙ୍କ ବଡ଼ ଭଉଣୀ ସରୋଜିନୀ ତାଙ୍କ ସାନ ଭଉଣୀକୁ ମାରି ଟାଙ୍ଗିଦେଇଥିବା ନେଇ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ମୁତାବକ ନାଲପୁର ଗ୍ରାମର ଛବିଳ କିଶୋର ବେହେରାଙ୍କ ଦୁଇ ଝିଅ ଓ ଦୁଇ ପୁଅ ଅଛନ୍ତି । ବଡ଼ ଝିଅ ଭୁବନେଶ୍ୱର ରହୁଥିବା ବେଳେ, ବଡ଼ଭାଇ ପାରାଦ୍ୱୀପରେ କାର୍ଯ୍ୟ କରନ୍ତି । ଘରେ ବାପା ମା ସହିତ ମଝିଆ ଝିଅ ଚିନ୍ମୟୀ ଓ ପୁଅ ରୁହନ୍ତି । ୭ ତାରିଖ ଦିନ ଚିନ୍ମୟୀ (୨୦)ଙ୍କ ମୃତୁ୍ୟ ଘଟିଥିଲା । ଖବର ପାଇ  ବଡ଼ ଭଉଣୀ ସରୋଜିନୀ ଘରେ ପହଞ୍ଚôଥିଲେ । 
କିନ୍ତୁ ଘରେ ପହଞ୍ଚô ବାବେଳେକୁ ତରବରିଆ ଭାବେ ଚିନ୍ମୟୀର ମର ଶରୀରକୁ ପୋଡ଼ିବାପାଇଁ ପ୍ରସ୍ତୁତି ହେଉଥିବା ଦେଖି ସନେ୍ଦହ କରିଥିଲେ । ୭ ତାରିଖ ଦିନ ଚିନ୍ମୟୀଙ୍କ ସହିତ ତାଙ୍କ ସାନ ଖୁଡି ଓ ଝିଅ ସହିତ କୌଣସି କାରଣରୁ ବଚସା ହୋଇଥିଲା । ଯାହାକୁ ନେଇ ସାନ ଖୁଡି ଓ ତାଙ୍କ ଝିଅ ଚିନ୍ମୟୀକୁ ମାଡିପିଟ କରିଥିଲେ । ପରେ ଚିନ୍ମୟୀ ଏକ ଘରେ ପଙ୍ଖାରେ ଦଉଡି ଦେଇ ଆତ୍ମହତା କରିଥିଲେ କିନ୍ତୁ ବଡ ଭଉଣୀ ପାରିପାର୍ଶ୍ୱିକ ପରିସ୍ଥିତି କୁ ଦେଖି ଏହା ଆତ୍ମହତ୍ୟା ନୁହେଁ ହତ୍ୟା କରି ଟାଙ୍ଗିଦେଇଥିବା ସନେ୍ଦହ କରି ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାରକରି ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ଶବକୁ ଜବତ କରିବା ସହିତ ଶବବ୍ୟବଛେଦ ଜଗତସିଂହପୁର ମୁଖ୍ୟ ଚିକିସôାଳୟକୁ ପଠାଇଦେଇଥିଲେ । ବ୍ୟବଛେଦ ରିପୋର୍ଟ ଆସିଲାପରେ ସତ୍ୟାସତ୍ୟ ଜଣାପଡିବ । ଏ ନେଇ ତିର୍ତ୍ତୋଲ ପୁଲିସକୁ ଫୋନ ଯୋଗେ ଯୋଗାଯୋଗ କରିବାରୁ କୌଣସି ମତାମତ ମିଳିପାରିନାହିଁ ।