୨ ଲୁଟେରା ଗିରଫ; ଲାପଟପ୍ ଓ ବାଇକ ଜବତ
ଭୁବନେଶ୍ୱର, ୧୨ା୧୧ : ଘରେ ପଶି ଲାପଟପ୍ ଚୋରି କରିଥିବା ଅଭିଯୋଗରେ ୨ ଜଣ ଲୁଟେରାକୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ । ସେମାନଙ୍କ ଠାରୁ ଏକ ଚୋରି ଲାପଟପ୍ ଓ ଏକ ବାଇକ ଜବତ କରାଯାଇଛି । ଗିରଫ ୨ ଅଭିଯୁକ୍ତ ହେଲେ, ମଞ୍ଚେଶ୍ୱର ଥାନା ଅଧିନ ଗାଡକଣ ସାଇନାଥ ବସ୍ତିର ଅମର ନାୟକ ଓ ସୁରଜ୍ ଘଡେଇ । ଆଜି ଦୁହିଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଯୋଗ୍ୟଯେ, ଗତ କାଲି ଅବା ୧୧ ତାରିଖରେ ଅଭିଯୋଗକାରୀ ଚନ୍ଦନ ମହାପାତ୍ର କ୍ୟାପିଟାଲ ଥାନା ଅଧିନରେ ରହୁଥିବା ତାଙ୍କ ଘରେ ନଥିବା ସମୟରେ ଅଭିଯୁକ୍ତ ଦୁହେଁ ତାଙ୍କ ଘରୁ ଏକ ଲାପଟପ୍ ଚୋରି କରି ନେଇଯାଇଥିଲେ । ଅଭିଯୋଗକାରୀ ଅପରାହ୍ନରେ ଘରକୁ ଫେରିବା ପରେ ତାଙ୍କର ଘର ଖୋଲା ରହିଥିବା ଦେଖିଥିଲେ ଓ ତାଙ୍କର ଏକ ଲାପଟପ୍ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଫଳରେ ସେ ସ୍ଥାନୀୟ ଅଞ୍ଚଳରେ ପଚରା ଉଚରା କରିବା ପରେ ଜାଣିବାକୁ ପାଇଥିଲେ ଦୁଇ ଜଣ ଅଭିଯୁକ୍ତ ଏକ ବାଇକରେ ଆସି ଘରୁ ଚୋରି କରି ଫେରାର ହୋଇଯାଇଥିବା ଜାଣିବାକୁ ପାଇଥିଲେ । ଏନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ ଲାପଟପ୍ ଓ ଏକ ବାଇକ ଜବତ କରାଯାଇଛି ।