ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁର ଟାଉନ : ଶୁକ୍ରବାର ଜିଲା ଦୌରାଜଜ୍‌ ଅମୃତ ରଞ୍ଜନ ନନ୍ଦ ଜମିବାଡି ବିବାଦ ଦାଦାକୁ ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ପୁତୁରାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରି ରାୟ ପ୍ରକାଶ କରିଛନ୍ତି । ବିବରଣୀରୁ ପ୍ରକାଶ ଦୀର୍ଘ ଦିନ ଧରି ଦୁଇ ପରିବାର ମଧ୍ୟରେ ଲାଗି ରହିଥିବା ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ଯାଜପୁର ସଦର ଥାନା ମହେଶ୍ୱରପୁର ପଂଚାୟତ ମିରପାଟଣା ଗ୍ରାମର ଆଦିକନ୍ଦ ବିଶ୍ୱାଳକୁ ୨୦୧୯ ମସିହା ଅକ୍ଟୋବର ମାସ ୩୦ତାରିଖ ସନ୍ଧ୍ୟାରେ ବଜାର କାର୍ଯ୍ୟ ସାରି ଆଦିକନ୍ଦ ଘରକୁ ଫେରୁଥିବା ସମୟରେ ତାଙ୍କ ଭାଇ ମାଧବନନ୍ଦ ବିଶ୍ୱାଳଙ୍କ ପୁଅ କୈଳାଶ ବିଶ୍ୱାଳ, ସୁରେଶ ବିଶ୍ୱାଳ, ରାଜେଶ ବିଶ୍ୱାଳ ଓ ଗଣେଶ ବିଶ୍ୱାଳ ପ୍ରମୁଖ ବିଭିନ୍ନ ମାରଣାସ୍ତ୍ର ଧରି ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ଆଦିକନ୍ଦଙ୍କୁ ଗ୍ରାମ ହନୁମାନ ମନ୍ଦିର ନିକଟରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଆଦିକନ୍ଦଙ୍କୁ ମୃତ୍ୟୁ ଘଟିଥିଲା । ଏସଂପର୍କରେ ଯାଜପୁର ସଦର ଥାନାରେ ମୃତ ଆଦିକନ୍ଦଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଭିତି କରି ସଦର ଥାନା କେସ୍‌ ନଂ ୨୦୧୮/୧୯ ମୁତାବକ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୦୨ରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଅଭିଯୁକ୍ତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ମାମଲାର ଚୁଡାନ୍ତ ଶୁଣାଣି କରି ୧୮ଜଣ ସାକ୍ଷୀଙ୍କ ବୟାନକୁ ଭିତି କରି ଏବଂ ୨୦ଟି ଦସ୍ତାବିଜ୍‌କୁ ବି·ର କରି ଶୁକ୍ରବାର ଦିନ ଜିଲା ଦୌରାଜଜ୍‌ ଅମୃତ ରଞ୍ଜନ ନନ୍ଦ ସୁରେଶ ବିଶ୍ୱାଳ, ରାଜେଶ ବିଶ୍ୱାଳ ଓ କୈଳାଶ ବିଶ୍ୱାଳକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଗଣେଶ ବିଶ୍ୱାଳଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ଏଥି ସହିତ ପ୍ରତ୍ୟେକ ଅଭିଯୁକ୍ତଙ୍କୁ ୨୦ହଜାର ଟଙ୍କା ଲେଖାଏଁ ଜରିମାନା କରିଥିବା ବେଳେ ଏହି ଜରିମାନା ଅନାଦେୟରେ ଅଧିକ ୬ମାସ ସଶ୍ରମ କାରାଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ କରିଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ମୋନାଲିସା ରାଇସା ଓ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସମରେନ୍ଦ୍ର ଦାସ ମାମଲା ପରିଚାଳନା କରିଥିଲେ ।