ରକ୍ତଦାନ ଶିବିର
ବୈଶିଙ୍ଗା : ମେର୍ଦ୍ଦା ପଞ୍ଚାୟତ ପୋଇଶିଳା ଗ୍ରାମରେ ଭଗବତୀ ଯୁବକ ସଂଘ ଏବଂ ଜୀବନବିନ୍ଦୁ ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ମୁଖ୍ୟଅତିଥି ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସୁବ୍ରମଣ୍ୟମ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ମିଳିତ ଭାବେ ଏହି ରକ୍ତଦାନ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳ ଉପସଭାପତି ଶୁଭେନ୍ଦୁ ମଙ୍ଗରାଜ, ୩୭ ନଂ ଜିଲ୍ଲାପରିଷଦ ସଦସ୍ୟା ସୁଶ୍ରୀ ଧାନୀ କିସ୍କୁ, ୩୦ ନଂ ଜିଲ୍ଲା ପରିଷଦ ସଦସ୍ୟ ନରେନ୍ଦ୍ର ହାଁସଦା, ବିଜେଡିର ପୂର୍ବତନ ବ୍ଲକ ସଭାପତି ସନ୍ତକ ଲେଙ୍କା, ବିନୋଦ ସିଂହ, ମନୀଷ ଗିରି ପପୁ ପଞ୍ଜା ପ୍ରମୁଖ ଉପସ୍ଥିତଥିଲେ । ପୂର୍ବତନ ବଡସାହି ବିଧାୟକ ଗଣେଶ୍ୱର ପାତ୍ରଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ବ୍ଲକ୍ ସଦସ୍ୟ ବିଶ୍ୱଜିତ ବେହେରା, ଅମିର ଭଞ୍ଜ, ଚିନ୍ମୟ ମହାପାତ୍ର, ରଞ୍ଜନ ମହାପାତ୍ର, ଦେବାଶିଷ ମହାପାତ୍ର, ସୁଜିତ ମହାପାତ୍ର, ଇନ୍ଦ୍ରଜିତ୍ ଦେହେରା ସହଯୋଗ କରିଥିଲେ । ୪୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ ଅମର କୁମାର ସେଠୀ ଙ୍କ ପରିଚାଳନାରେ ବାରିପଦା ଜିଲ୍ଲା ମୂଖ୍ୟ ଚିକିସôାଳୟର ରକ୍ତଭଣ୍ଡାରର ଡାକ୍ତର ଏବଂ ସହକର୍ମୀ ଗଣ ଉପସ୍ଥିତ ରହି ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅରୁଣ ଓତା ଏବଂ ସାମ୍ବାଦିକ ସୀତାନାଥ ବେହେରା ଓ ବିମଳେନ୍ଦୁ ମହାପାତ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତଥିଲେ । ଗ୍ରାମର ବୟୋଜ୍ୟଷ୍ଠ ବ୍ୟକ୍ତି ଗଦାଧର ମହାପାତ୍ର ଏବଂ ପ୍ରଶନ୍ନ ମହାପାତ୍ରଙ୍କୁ ସମ୍ମନିତ କରାଯାଇଥିଲା ।