ରକ୍ଷାବନ୍ଧନ ମାଧ୍ୟମରେ ସଚେତନତା

 ପଟ୍ଟାମୁଣ୍ଡାଇ : ପବିତ୍ର ରକ୍ଷାବନ୍ଦନ ଉସôବକୁ ନିଆରା ଢଙ୍ଗରେ ପାଳନ କରି ଭାଇଚାରା ଓ ପରିବେଶ ସଚେତନତା ବାର୍ତ୍ତା ଦେଇଛନ୍ତି ପଟ୍ଟାମୁଣ୍ଡାଇ ଭେଙ୍କଟେଶ୍ୱର ସ୍କୁଲ ଛାତ୍ରଛାତ୍ରୀମାନେ । ସ୍କୁଲ ନିଦେ୍ର୍ଦଶକ ଆଡ଼ଭୋକେଟ ସଞ୍ଜୟ ସାହୁଙ୍କ ନିଦେ୍ର୍ଦଶରେ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ ରୀଙ୍କେଶ୍ୱରି ଦାସ, ନମିତା ସୁତାର, ବିରସେନ ଜେନା, ସୌମ୍ୟରଞ୍ଜନ ପଣ୍ଡା, ଅମିତ ପାତ୍ର, ଜ୍ୟୋତ୍ସାରାଣୀ ନାୟକ, ମୋନାଲିସା ରାୟ, ଭକ୍ତରଞ୍ଜନ ମହାନ୍ତି, ମଧୁସ୍ମିତା ଗିରି, ସୁଭସ୍ମିତା ସାମଲ, ସୁପ୍ରିୟା ନନ୍ଦୀ, ଆଶାଲତା ମଲ୍ଲିକ, ଅଭିଲିପଶା ଜେନା ପ୍ରମୁଖ ପିଲାମାନଙ୍କୁ ଧରି ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସ, ଥାନା, ବ୍ଲକ, ତହସିଲ, ମୁନିସିପାଲିଟି, ଡାକ୍ତରଖାନା ଓ କୋର୍ଟକୁ ଯାଇ ବିଭିନ୍ନ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ହାତରେ ରାଖୀ ବାନ୍ଧିଥିଲେ । ଏହା ସହିତ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ, ପ୍ଲାଷ୍ଟିକ ଦ୍ରବ୍ୟ ବର୍ଜନ, ନିରୋଗ ହେବା ପାଇଁ ସ୍ୱଚ୍ଛ ପରିମଳ ବ୍ୟବସ୍ଥା ବଜାୟ ରଖିବା ପାଇଁ ପରିବେଶକୁ ଆବର୍ଜନାମୁକ୍ତ କରିବା ଓଡ଼ିଆ ଅସ୍ମିତା ପାଇଁ ଓଡ଼ିଆ ଭାଷା ବ୍ୟବହାର ସର୍ବୋପରି ଦେଶ ଅର୍ଥନୀତି ସୁଦୃଢ ପାଇଁ ବିଦେଶୀ ଜିନିଷ ବର୍ଜନ କରି ଦେଶୀ ଜିନିଷ ବ୍ୟବହାର ସମ୍ପର୍କରେ ଅନୁରୋଧ କରିଥିଲେ ।