ଷ୍ଟେଟବ୍ୟାଙ୍କ  ପକ୍ଷରୁ ଅନ୍ନଦାତା କାର୍ଯ୍ୟକ୍ରମ

ବୈଶିଙ୍ଗା: ବେତନଟୀ ବ୍ଲକ ଅନ୍ତର୍ଗତ ଡେମ୍ଫଫଉଦା ଗ୍ରାହକ ସେବାକେନ୍ଦ୍ରରେ ବେତନଟୀ ଷ୍ଟେଟବ୍ୟାଙ୍କ ପକ୍ଷରୁ ଅନ୍ୟଦାତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସନ୍ତୋଷ କୁମାର ଖଣ୍ଡା ଫୋର୍ଡର ସମ୍ପାଦକ ମଞ୍ଚ ପରିଚାଳନା କରିଥିଲେ । ଶାଖା ପରିଚାଳକ ଆର୍. ଅଶ୍ୱନିଭଞ୍ଜନ ମୁର୍ମୁ ଅନ୍ୟଦାତା କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ କୃଷକ ଓ ଜନସାଧାରଣଙ୍କୁ ବ୍ୟାଙ୍କ ସହିତ ସୁସମ୍ପର୍କ ରକ୍ଷା କରି ସରକାରଙ୍କର ବିଭିନ୍ନ ଯୋଜନା ଉପରେ ସୁବିଧା ନେବା ପାଇଁ ଆଲୋକପାତ କରିଥିଲେ ।  ବ୍ୟାଙ୍କରୁ ଋଣ ନେଇ ସବସିଡ୍ ପାଇବା ସହିତ ନିଜର ଆର୍ଥôକ ଉନ୍ନତି ହେବା ପାଇଁ ପରାମର୍ଶ ଦେଇଥିଲେ । ଶାଖା ପରିଚାଳକ ଉନ୍ନତ ପାଞ୍ଚଜଣ କୃଷକଙ୍କୁ ଅନ୍ନଦାତା କାର୍ଯ୍ୟକ୍ରମରେ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ପ୍ରଶାନ୍ତ କୁମାର ମହଲା ଉପସ୍ଥିତ ଥିଲେ । ସର୍ବଶେଷରେ ଗ୍ରାହକ ସେବାକେନ୍ଦ୍ରର ଶାଖା ପରିଚାଳକ ଭାରତୀ ସାହୁ ସମସ୍ତଙ୍କୁ ଅନ୍ୟବାଦ ଅର୍ପଣ କରିଥିଲେ ।