କେନ୍ଦୁପତ୍ର କର୍ମଚାରୀଙ୍କ ସମସ୍ୟାର ଦାବି 

 ନୂଆପଡ଼ା  : ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ନୂଆପଡ଼ା ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସମ୍ପାଦକ ଯଦୁମଣି ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ତାଙ୍କ ବାସଭବନରେ ଭେଟି କେନ୍ଦୁପତ୍ର ସଂସ୍ଥା ସହ ଜଡିତ ତୋଳାଳି, ବନ୍ଧାଳୀ, ସିଜିନାଲ ଷ୍ଟାଫ୍ଙ୍କ ବିଭିନ୍ନ ସମସ୍ୟା ଓ ଶ୍ରମିକ ଅଶାନ୍ତି ବିଷୟରେ ଆଲୋଚନା କରିଥିଲେ । ଏଥିରେ କେନ୍ଦୁପତ୍ର ଉନ୍ନୟନ ପରିଷଦ ବୈଠକ ଶୀଘ୍ର ବସିବା, ସିଜିନାଲ ଷ୍ଟାଫଙ୍କ ଦରମା ବୃଦ୍ଧି, କେନ୍ଦୁପତ୍ର ଦରବୃଦ୍ଧି, ଶ୍ରମିକ କଲ୍ୟାଣ ଯୋଜନା ଭଲ ଭାବେ ଲାଗୁକରିବା, ବଜେଟ୍ ମୁତାବକ ଅର୍ଥ ମଞ୍ଜୁର କରିବା, କେନ୍ଦୁପତ୍ର ସଂସ୍ଥାକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଘରୋଇକରଣ ନକରିବା ଆଦି ଦାବିନେଇ ଆଲୋଚନା ହୋଇଥିଲା ଆଗାମୀ ଦିନରେ ବହୁତ ଶିଘ୍ର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାକୁ ଶ୍ରୀ ପୁରୋହିତ ଓ ଶ୍ରୀ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ  । କେନ୍ଦୁପତ୍ର ସଂସ୍ଥା ସହ ଜଡିତ ସମସ୍ତ ତୋଳାଳି, ସିଜିନାଲ ଷ୍ଟାଫ୍ ଓ ଅନ୍ୟାନ୍ୟ ଶ୍ରମିକଙ୍କ ସମସ୍ୟାକୁ ସରକାର ଠିକ ଭାବେ ହୃଦୟଙ୍ଗମ କରିଛି । ଆଗାମୀ ଦିନରେ ସକାରାତ୍ମକ ଭାବରେ ଏହାର ସମାଧାନ ପାଇଁ ପ୍ରସ୍ତୁତ ଅଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଥିଲେ ।