ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ବନଗମନ
ଯୁଧିଷ୍ଠିର ରାଜ୍ୟଭାର ଗ୍ରହଣ କରିବା ପରେ ଧୃତରାଷ୍ଟ୍ର ଓ ଗାନ୍ଧରୀଙ୍କୁ ଅତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନର ସହ ରଖିଥିଲେ । ଯେତେ ସୁଖ ଓ ଆନନ୍ଦରେ ରହିଲେ ମଧ୍ୟ ପାଣ୍ଡବମାନଙ୍କ ଅନ୍ନ ଖାଉଛନ୍ତି ଭାବି ଧୃତରାଷ୍ଟ୍ର ମନେ ମନେ ଲଜ୍ଜିତ ହେଉଥିଲେ । ବ୍ୟାସଦେବ ପହଞ୍ଚô ଧୃତରାଷ୍ଟ୍ରଙ୍କୁ କହିଲେ ତୋହର ଶତପୁତ୍ରଙ୍କୁ ପାଣ୍ଡବମାନେ ବଧ କଲେ । ଏବେ ତୁମର ବାନପ୍ରସ୍ଥ ଯିବା ଉଚିତ । ଶତପୁତ୍ର ହରାଇ ଏଠାରେ ରହିଲେ ମହାଦୁଃଖ ପାଇବୁ ।
ମାତ୍ର ଯୁଧିଷ୍ଠିର ସବୁ କଥାରେ ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କୁ ବଚନରେ ଭୋଜନରେ ତୃପ୍ତ କରି ରଖିଥାନ୍ତି । ମାତା କୁନ୍ତୀ ଦେବୀ ମଧ୍ୟ ଗାନ୍ଧାରୀ ଓ ଧୃତରାଷ୍ଟ୍ରଙ୍କ ପାଖେ ପାଖେ ରହିଥାନ୍ତି । ବନବାସ ଯିବା ପାଇଁ ଧୃତରାଷ୍ଟ୍ର ଯୁଧିଷ୍ଠିରଙ୍କୁ ଶେଷରେ କହିଲେ ଓ ଯୁଧିଷ୍ଠିର ବାନପ୍ରସ୍ଥ ଗମନର ସମସ୍ତ ବ୍ୟବସ୍ଥା କଲେ ।
କାର୍ତ୍ତିକ ମାସ ଶୁକ୍ଳପକ୍ଷ ଗୁରୁବାର ଦିନ ଧୃତରାଷ୍ଟ୍ର, ଗାନ୍ଧାରୀ, ବିଦୁର, ସଞ୍ଜୟ ସହିତ କୁନ୍ତୀଦେବୀ ବାନପ୍ରସ୍ଥ ଯିବାପାଇଁ ବାହାରିଲେ । ପାଣ୍ଡବମାନେ ମାତା କୁନ୍ତୀଙ୍କୁ ଯିବାପାଇଁ ମନା କରିବାରୁ କୁନ୍ତୀଦେବୀ କହିଲେ ବନରେ ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ଖାଇବା ପିଇବା ସହିତ ସବୁ ବ୍ୟବସ୍ଥା ଦେଖିବା ଆବଶ୍ୟକ । ଏମାନେ ଅନ୍ଧ ଅନ୍ଧୁଣୀ ବନରେ ଚାଲିବେ କିପରି ? ସେମାନେ କଷ୍ଟପାଇଲେ ତୁମମାନଙ୍କ ଉପରେ ତାହା ପଡିବ । ଏହି କଥା ଶୁଣି ଯୁଧିଷ୍ଠିର ମାତା କୁନ୍ତୀଙ୍କୁ ପଠାଇବା ପାଇଁ ରାଜି ହେଲେ ।
ବନବାସ କାଳରେ ପିଣ୍ଡ ଦାନ, ପିତୃ ଶ୍ରାଦ୍ଧ ଆଦି କାର୍ଯ୍ୟ ପାଇଁ ଧନର ଆବଶ୍ୟକତା ବିଷୟରେ ବିଦୁର ଯୁଧିଷ୍ଠିରଙ୍କୁ କହିଲେ । ମାତ୍ର ଭଣ୍ଡାରରୁ ଧନ ଦେବାପାଇଁ ଭୀମସେନ ରାଜି ହେଲେ ନାହିଁ । ଯୁଧିଷ୍ଠିର ଭୀମସେନଙ୍କୁ ଯେତେ ବୁଝାଇଲେ ମଧ୍ୟ ଭୀମସେନ ସେ ପୂର୍ବଭଳି ଅବୁଝା ରହିଲେ । ଅର୍ଜୁନ ନିଜର ଅଙ୍ଗଧନରୁ ବିଦୁରଙ୍କ ହାତରେ ପଠାଇଲେ ।
ଶୁଭବେଳା ଦେଖି ବାନପ୍ରସ୍ଥରେ ସମସ୍ତେ ବାହାରିଲେ । ଧୃତରାଷ୍ଟ୍ର, ଗାନ୍ଧାରୀ, କୁନ୍ତୀଦେବୀ, ବିଦୁର ଓ ସଞ୍ଜୟ ତମସାନଦୀ କୂଳେ କୂଳେ ବହୁଦେଶ, ଗିରି ବନ କନ୍ଦର ବୁଲିବୁଲି ୫ ମାସ ୫ ଦିନ ପରେ ଗୟା ତୀର୍ଥରେ ପହଁଞ୍ଚôଲେ । ସେଠାରେ ପୁଲୁକୀ ନଦୀରେ ସ୍ନାନ କରି ବ୍ରାହ୍ମଣମାନଙ୍କୁ ଦାନ ଦକ୍ଷିଣା ପ୍ରଦାନ କରି ରାମଘାଟ କୁଣ୍ଡରେ ଭୀଷ୍ମ, ଭୁରିଶ୍ରବା, ଶୈଲ୍ୟ, କର୍ଣ୍ଣ, ପ୍ରଭୁତିଙ୍କ ସହିତ ଶୈଶବ ଶତପୁତ୍ରଙ୍କୁ ବାଲିପିଣ୍ଡ ଦେଲେ । ବିଦୁର ଓ ସଞ୍ଜୟ ମଧ୍ୟ ସେମାନଙ୍କର ପିତୃଶ୍ରାଦ୍ଧ ପ୍ରଦାନ କଲେ । ଏହାପରେ ସମସ୍ତେ ପ୍ରୟାଗତୀର୍ଥ ଅଭିମୁଖେ ଚାଲିଲେ ।
ପ୍ରୟାଗ ତୀର୍ଥରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳରେ ସ୍ନାନକାର୍ଯ୍ୟ ସମାପନ କରି ପିଣ୍ଡଦାନ କରି ମାଧବ ଦର୍ଶନ କରି ସେହିଠାରେ ମକର ମାସଟି ଅତିବାହିତ କଲେ । କଳପି ରାଜାଙ୍କ ସହିତ ଧୃତରାଷ୍ଟ୍ରଙ୍କର ସେଠାରେ ଭେଟ ହେବାରୁ ସେ କହିଲେ ତୀର୍ଥ ଦର୍ଶନ କରି ନିଜ ଦେହକୁ କ୍ରତାର୍ଥ କର । ତୀର୍ଥାଟନ କଲେ ସର୍ବ ପାତକ ବିନାଶ ହୋଇଥାଏ । ତେଣୁ ଧୃତରାଷ୍ଟ୍ର, ଗାନ୍ଧାରୀ, କୁନ୍ତୀ, ବିଦୁର ଓ ସଞ୍ଜୟ ତୀର୍ଥାଟନରେ ଅନ୍ୟ ବନ ଦେଶକୁ ଗମନ କଲେ । ନାରଦ ପର୍ବତରେ ଦେବର୍ଷି ନାରଦ ଋଷିଙ୍କୁ ଏମାନେ ଭେଟି ତାଙ୍କ ପାଦ ପଦ୍ମରେ ପ୍ରଣତି ଜଣାଇଲେ । ମୁନି କହିଲେ ଭଲହେଲା ତୁମ୍ଭେ ବାନପ୍ରସ୍ଥ ଗ୍ରହଣ କରି ତୀର୍ଥାଟନ କରୁଅଛ । ସ୍ୱର୍ଗରେ ତୁମ୍ଭର ଭାଇ ପଣ୍ଡୁକୁ ଆମେ ଭେଟିଥିଲୁ । ସେ ତୁମ୍ଭର ଯିବା ବାଟକୁ ଚାହିଁ ବସିଛି । ଏବେ ଲୋଭ ମୋହ ତ୍ୟାଗ କରି ବନବାସୀ ଜୀବନ ବିତାଇ ତପ କଲେ ମୁକ୍ତି ପାଇବ ।
ସେଠାରେ ବ୍ୟାସଦେବ ଆସି ପହଁଞ୍ଚôଲେ ଓ ଧୃତରାଷ୍ଟ୍ରଙ୍କୁ କଲ୍ୟାଣ କରି କହିଲେ ଗୃହବାସ ତେଜି ବନବାସକୁ ଆସି ଉଚିତ କର୍ମ କରିଛ । କ୍ଷତ୍ରୀୟମାନେ ସଂଗ୍ରାମରେ ମୃତୁ୍ୟ ନ ପାଇ ଅନ୍ୟ ଭାବେ ମୃତୁ୍ୟ ଲଭିଲେ ନର୍କଗତି ପାଆନ୍ତି । ତୁମେ ଜନ୍ମରୁ ଅନ୍ଧ ତେଣୁ ରଣଯଜ୍ଞ ପାଇ ପାରିଲ ନାହିଁ । ତେଣୁ ବନବାସ ହେଉଛି ତୁମପାଇଁ ଉପଯୁକ୍ତ ପନ୍ଥା ।
ବ୍ୟାସଦେବ ଧୃତରାଷ୍ଟ୍ରଙ୍କୁ ବନବାସ ପନ୍ଥା ବିଷୟରେ କହି ଇନ୍ଦ୍ରପ୍ରଶସ୍ତକୁ ଗମନ କଲେ । ଗଙ୍ଗାତୀରରେ ଧୃତରାଷ୍ଟ୍ର,ଗାନ୍ଧାର,କୁନ୍ତି, ସଞ୍ଜୟ ବିଦୁର ସହିତ ବସବାସ କରିବାକୁ ଲାଗିଲେ ।
ବ୍ୟାସଦେବ ଇନ୍ଦ୍ରପ୍ରସ୍ତରେ ପହଁଞ୍ଚô ଯୁଧିଷ୍ଠିରଙ୍କୁ କହିଲେ ସେ ଗଙ୍ଗାତୀରରେ ଧୃତରାଷ୍ଟ୍ର ପ୍ରଭୃତିଙ୍କୁ ଦେଖି ଆସିଲେ । ଚାଲ ସମସ୍ତେ ତାଙ୍କୁ ସାକ୍ଷାତ କରି ଆସିବ । ଯୁଧିଷ୍ଠିରଙ୍କ ସହିତ ସମସ୍ତେ ଧୃତରାଷ୍ଟ୍ରଙ୍କୁ ସାକ୍ଷାତ କରିବା ପାଇଁ ବାହାରିଲେ । ତାଙ୍କ ସହିତ କୌରବ ଶହେ ଭାଇଙ୍କ ବିଧବା ଯୁବତୀମାନେ ମଧ୍ୟ ଚାଲିଲେ । ଯୁଧିଷ୍ଠିର ଦେଖିଲେ ଗଙ୍ଗାତୀରରେ ବକୁ, ମାଧବୀ, ନାଗେଶ୍ୱର ପୁରିତ ବନ ମଧ୍ୟରେ ଏକ ପର୍ଣ୍ଣ କୁଟୀର ନିର୍ମାଣ କରି ଧୃତରାଷ୍ଟ୍ର ରହିଛନ୍ତି । ବିଦୁର ଧୃତରାଷ୍ଟ୍ରଙ୍କୁ ପାଣ୍ଡବମାନଙ୍କର ଆଗମନର ବାର୍ତ୍ତା ଜଣାଇଲେ । ସେଠାରେ ପହଁଞ୍ଚôଲା ପରେ କନ୍ୟା ଦୁଶୀଳା ଓ ବଧୁ ଭାନୁମତୀ ପ୍ରଭୃତି ବିଧବା ନାରୀମାନେ କ୍ରନ୍ଦନ କରିବାକୁ ଲାଗିଲେ । ବ୍ୟାସ କହିଲେ ବଧୂମାନେ ତୁମର ଶୋକ ନିବାରଣ କର । ଧ୍ୟାନବଳରେ ତୁମ ସ୍ୱାମୀମାନଙ୍କୁ ନେଇ ଆସିବି । ଏହା କହି ମୁନି ଗଙ୍ଗାଜଳରେ ପ୍ରବେଶ କରି ଧ୍ୟାନବଳରେ ଭୀଷ୍ମ,ଦ୍ରୋଣ,ଭୂରିଶ୍ରବା, ବାଲହିକ, ସେମଦତ୍ତ, କର୍ଣ୍ଣ, ଦୁର୍ଯେ୍ୟାଧନ ଓ ତାହାର ଶହେଭାଇ ସହିତ ଲକ୍ଷ୍ମଣ କୁମାର ଓ ଅଭିମନୁ୍ୟ ପ୍ରଭୃତିଙ୍କୁ ଆବାହନ କଲେ ଓ ସେମାନେ ଦିବ୍ୟ ଅବତାର ଧରି ଆସନ୍ତେ ବିଧବା ରମଣୀମାନେ ସେମାନଙ୍କ ସ୍ୱାମୀ ମାନଙ୍କ ସହିତ ଆଜି ରାତ୍ର ଦିବସକ ରତିଭୋଗ କରି ମନ ଶାନ୍ତ କର । ପୁଣି ବ୍ୟାସଦେବ ମାୟାରେ ଶତେପୁର ମଧ୍ୟ ନିର୍ମାଣ କଲେ । ସେହି ବନ ପ୍ରଦେଶରେ ବ୍ୟାସଦେବଙ୍କ କୃପାରୁ ସବୁ ସୈନ୍ୟସାମନ୍ତଙ୍କ ପାଇଁ ମଧ୍ୟ ଘର ନିର୍ମିତ ହୋଇଗଲା । ବିଧବା ନାରୀମାନେ ସେମାନଙ୍କ ସ୍ୱାମୀମାନଙ୍କ ସହିତ ରତିରଙ୍ଗରେ ମାତିଗଲେ । ମାତ୍ର ରାତ୍ରି ପାହିଲା ପରେ ସମସ୍ତ ପୁରୁଷ ଶୂନ୍ୟବାସୀ ହେଲେ । ବିଧବା ନାରୀମାନେ ସ୍ୱାମୀମାନଙ୍କୁ ପାଖରେ ନ ପାଇ ବ୍ୟାସଦେବଙ୍କ ନିକଟରେ କ୍ରନ୍ଦନ କରିବାରେ ଲାଗିଲେ । ସେମାନଙ୍କର କ୍ରନ୍ଦନ ଶୁଣି କୃଷ୍ଣଦ୍ୱୈପାୟନ ବ୍ୟାସଦେବ ନିଜର ଜ୍ଞାନ ଧ୍ୟାନ ବଳରେ ପୁଣି ମୃତ ପୁରୁଷମାନଙ୍କୁ ଆବାହନ କରି କହିଲେ ମର୍ତ୍ତ୍ୟଲୋକରେ ସେମାନେ ସେମାନଙ୍କ ସ୍ତ୍ରୀମାନଙ୍କୁ ନେଇ ପିତୃଲୋକରେ ବାସ କରନ୍ତୁ । ବ୍ୟାସଦେବଙ୍କ ବାକ୍ୟରେ ପୁରୁଷମାନେ ନିଜ ନିଜର କନ୍ୟାଙ୍କର ହାତଧରି ପିତୃଲୋକରେ ବସିଲେ । ମାତ୍ର ସ୍ୱର୍ଗଲୋକ ଯାଇପାରିଲେ ନାହିଁ ।
ଦୁଇମାସ ହେବ ବିଦୁର ଧୃତରାଷ୍ଟ୍ର ଗାନ୍ଧାରୀଙ୍କ ସହିତ ନ ରହି ଉତ୍ତରାକୁଳରେ ରହୁଥିଲେ । ଦିନେ ଯୁଧିଷ୍ଠିର ତାଙ୍କୁ ଭେଟିବା ପାଇଁ ଗଲାବେଳେ ବିଦୁର ଏକ ନିମ୍ବଗଛ ମୂଳେ ବସି କୃଷ୍ଣ କୃଷ୍ଣ ଜପି ଦେହତ୍ୟାଗ କଲେ । ବିଦୁର ପ୍ରାଣତ୍ୟାଗ କଲାପରେ ତାଙ୍କର ଆତ୍ମା ଯୁଧିଷ୍ଠିରଙ୍କ ଆତ୍ମାରେ ଲୀନ ହୋଇଗଲା । ବିଦୁରଙ୍କ ଶରୀର ଚିତାଗ୍ନିରେ ଭସ୍ମ ନ ହେବାରୁ ଶୂନ୍ୟବାଣୀ ଅନୁସାରେ ତାଙ୍କର ଶରୀରକୁ ଯୁଧିଷ୍ଠିର ଭୂଗର୍ଭରେ ପୋତିଦେଲେ । ଯୁଧିଷ୍ଠିର ସେଠାରୁ ଫେରି ଧୃତରାଷ୍ଟ୍ରଙ୍କୁ ଏ ଦୁଃସମ୍ବାଦ ଜଣାଇ ହସ୍ତିନାକୁ ଫେରିଆସିଲେ ।
ବିଦୁରଙ୍କ ମୃତୁ୍ୟରେ ବର୍ଷକ ପରେ କୃଷ୍ଣପକ୍ଷ ଅମାବାସ୍ୟା ରବିବାର ଦିନ ଧୃତରାଷ୍ଟ୍ର ରହୁଥିବା ଗଙ୍ଗାକୂଳସ୍ଥ ବନରେ ନିଆଁ ଲାଗିଲା । ଭୟଙ୍କର ବନାଗ୍ନି ଲାଗିଗଲା । ଧୃତରାଷ୍ଟ୍ର ସଞ୍ଜୟକୁ ସେଠାରୁ ପଳାୟନ ପାଇଁ ଉପଦେଶ ଦେଲେ । ସଞ୍ଜୟ ଯିବା ପରେ ପରେ ଧୃତରାଷ୍ଟ୍ରଙ୍କ ପର୍ଣ୍ଣ କୁଟୀରରେ ଅଗ୍ନି ଲାଗିଯିବାରୁ ସେଥିରେ ଧୃତରାଷ୍ଟ୍ର,ଗାନ୍ଧାରୀ ଓ କୁନ୍ତୀ ପୋଡିହୋଇ ଦେହ ତ୍ୟାଗ କଲେ ।