ବ୍ରହ୍ମ ତାଳଧ୍ୱଜ ପାଇଁ ଚକ ପୂଜା ଆରମ୍ଭ
କେନ୍ଦ୍ରାପଡା : କେନ୍ଦ୍ରାପଡା ର ଆରାଧ୍ୟ ଦେବ ଶ୍ରୀ ସିଦ୍ଧ ବଳଦେବଜୀଊଙ୍କ ବ୍ରହ୍ମ ତାଳଧ୍ୱଜ ରଥ ପାଇଁ ଚକ ପୂଜା ଆରମ୍ଭ ହୋଇଥିବା ଜଣାପଡିଛି । ପରମ୍ପରା ଅନୁଯାଇ ତୁଳସୀ କ୍ଷେତ୍ରରେ ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରା ଯାଇଥାଏ । ପରବର୍ତୀ ଅବସ୍ଥାରେ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରୁ ରଥଗଢା କାମ ଆରମ୍ଭ କରାଯାଇ ନେତ୍ର ଉସôବ ପର୍ଯ୍ୟନ୍ତ ଧାରାବାହିକ ଭାବେ ନିର୍ମାଣ କାର୍ଯ୍ୟ ଚାଲିଥାଏ । ତେବେ ଚଳିତ ବର୍ଷ ରଥର ୪ ଚକ ଓ ୩ ଅଖ ନୂଆ ଭାବେ ତିଆରି କରାଯାଇ ଲଗାଯିବା ପାଇଁ ନିଷ୍ପତି ହୋଇଥିବାରୁ ରଥ ଚକ ପୂଜା କାମ ଜ୍ୟେଷ୍ଠ ପୂର୍ଣ୍ଣିମା ର ୧୫ ଦିନ ପୂର୍ବରୁ ଆରମ୍ଭ କରାଯାଇଛି । ଆଜିର ଏହି ପୂଜା କାର୍ଯ୍ୟକ୍ରମ ରେ ମନ୍ଦିର ପରିଚାଳନା କମିଟିର ସଭାପତି ତଥା ଉପ ଜିଲପାଳ ଅରୁଣ କୁମାର ନାୟକ, ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ଟ୍ରଷ୍ଟି ରଂଜନ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଚକ ପୂଜା କାମ ସଂମ୍ପନ୍ନ କରିଥିଲେ । ଏହା ସହ ରଥ ନିର୍ମାଣ ର ମୁଖ୍ୟ ବିଶ୍ୱକର୍ମା ରଘୁନାଥ ମହାରଣା ଓ ପୁରୁଷୋତମ ଓଝାଙ୍କ ସମେତ ଅନ୍ୟ କର୍ମଚାରୀ ଓ ସେବାୟତ ମାନେ ଉପସ୍ଥିତ ଥିଲେ ।