ନିଶା କାରବାର ରୋକିବାକୁ ଚଢାଉ
ନିଶା କାରବାର ରୋକିବାକୁ ଆଜି ଭୋରରୁ ସହରର ମହତାବ ରୋଡ଼ର ମିନାପଡାରେ ଚଢ଼ାଉ କରାଯାଇଛି । ଗୁପ୍ତ ସୂଚନା ଅନୁଯାୟୀ ରାଉରକେଲା ଏସପି ନୀତେଶ ୱାଧୱାନୀଙ୍କ ନିର୍ଦେଶକ୍ରମେ ଚଢ଼ଉ କରାଯାଇଛି । ମିନାପଡାର 6ରୁ ଅଧିକ ଠିକଣାରେ ଟିକନିକ ଯାଞ୍ଚ କରାଯାଇଥିଲା। ଘଟଣାସ୍ଥଳରୁ ଚାରି ନିଶା ବେପାରିକୁ ପୁଲିସ ଉଠାଇ ଆଣିଛି ।
ସେମାନଙ୍କ ନିକଟରୁ ପୁଲିସ ବ୍ରାଉସୁଗାର ଓ ଗଂଜେଇ ଜବତ କରିଥିବା ଜଣାପଡିଛି । ନିଶାବେପାରି ଖସିଯିବାକୁ ପୁଲିସ ମହତାବ ରୋଡ ଓ ରିଂ ରୋଡ ପଟୁ ଘେରି ରହିଥିଲେ । ପ୍ରାୟ ଦୁଇ ଘଣ୍ଟା ଚଢ଼ାଉ କରାଯାଇଥିଲା । ଚଢ଼ଉରେ ଦୁଇ ଅତିରିକ୍ତ ଏସପି, ତିନି ଜୋନାଲ ଡ଼ିଏସପି, 20 ରୁ ଅଧିକ ଇନ୍ସପେକ୍ଟରସହ 6 ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି l ଏଥିସହ ଡଗ ସ୍କ୍ୱାଡ଼ ମଧ୍ୟ ନିୟୋଜିତ କରାଯାଇଥିଲା । ବର୍ଷ ବର୍ଷ ଧରି ପ୍ଲାଣ୍ଟସାଇଟ ଅଞ୍ଚଳର ମିନାପଡା ଓ ମହତାବ ରୋଡ ଅଞ୍ଚଳରେ ଡ୍ରଗ୍ସ, ବ୍ରାଉନସୁଗାର ଓ ଗଂଜେଇ କାରବାର କାରବାର ହେଉଛି । ପୁଲିସ ପୂର୍ବରୁ କିଛି ବେପାରିକୁ ଗିରଫ କରି ଜେଲ ପଠାଇଛି । ଏହା ସତ୍ୱେ ନିଶା ବେପାରି ପୁଲିସ କୁ ଖୋଲା ଚାଲେଞ୍ଜ ଦେଇ ନିଶା କାରବାର ଚଳାଇଥିଲେ ।